ଆମେ ନିରାଶ ନୋହୁଁ କି କୌଣସି ପ୍ରକାରେ ପଛୁଆ ନୋହୁଁ: ବିରାଟ କୋହଲି
Khabar Odisha:Sports-cricket-Kohli-says-after-losing-series-the-series-didnt-go-well-yes-but-weve-played-well

ନୂଆଦିଲ୍ଲୀ, ମାର୍ଚ୍ଚ ୧୪ (ଖବର ଓଡ଼ିଶା): ଅଷ୍ଟ୍ରେଲିଆ ଉସମାନ ଖୱାଜାଙ୍କ ଏହି ଶୃଙ୍ଖଳାରେ ଦ୍ୱିତୀୟ ଶତକ ଏବଂ ଲେଗ ସ୍ପିନର ଆଦାମ ଜାମ୍ପାଙ୍କ ଚମତ୍କାର ବୋଲିଂ ବଳରେ ୫ମ ତଥା ଶେଷ ଦିନିକିଆରେ ବୁଧବାର ଭାରତକୁ ୩୫ ରନରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପାଖାପାଖି ୧୦ ବର୍ଷ ପରେ ଭାରତୀୟ ମାଟିରେ ଦିନିକିଆ ଶୃଙ୍ଖଳାକୁ ନିଜର ନାମରେ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୨୭୨ ରନ କରିଥିଲା । ଭାରତୀୟ ଟିମ ୫୦ ଓଭରରେ ୨୩୭ ରନରେ ସମସ୍ତ ୱିକେଟ ହରାଇ ଥିଲା । 

ଅଷ୍ଟ୍ରେଲିଆ ହାତରୁ ୨-୩ରେ ପରାସ୍ତ ହେବା ପରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କହିଛନ୍ତି, ଶୃଙ୍ଖଳା ହାରିବା ନେଇ ଆମେ ନିରାଶ ନୋହୁଁ । ଆମେ କୌଣସି ପ୍ରକାରରେ ନିରାଶ ମଧ୍ୟ ହୋଇ ନାହିଁ । ବିଶ୍ୱକପରେ ସଫଳ ହେବା ଲାଗି ଠିକ ନଷ୍ପତ୍ତି ନେବାର ଆବଶ୍ୟକତା ଅଛି । କୋହଲି କହିଛନ୍ତି ବିଶ୍ୱକପ ଲାଗି ଟିମ ସନ୍ତୁଳିତ ଅଛି । ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି, ଯଦି ଠିକ ଭାବରେ କହିବି ତା’ହେଲେ କୌଣସି ଖେଳାଳି ନିରାଶ ନାହାନ୍ତି । ହାରିବା ନେଇ କୌଣସି ବାହାନା ଦେଇ ହେବ ନାହିଁ । ବିଶ୍ୱକରେ ୧୧ ଜଣ ଖେଳାଳିଙ୍କୁ ନେଇ ଆମେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଛୁ । କେବଳ ଗୋଟିଏ ସ୍ଥାନ ପାଇଁ ବାକି ରହିଛି । 

ଆମେ କିଛି ନିଷ୍ପତ୍ତି ଠିକ ଭାବରେ ନେଇ ନାହୁଁ । ଏହାରି ଉପରେ ଆମକୁ ବୁଝିବାକୁ ପଡ଼ିବ । ବିଶ୍ୱକରେ ଆମକୁ କେଉଁଦିଗରେ କାମ କରିବାକୁ ହେବ ତାହାକୁ ନେଇ ଆମେ ପ୍ରସ୍ତୁତ । ଆମେ କେବଳ ଭଲ ଖେଳିବା ଦିଗରେ କାମ କରିବୁ ବୋଲି ସେ କହିଛନ୍ତି । କୋହିଲି କହିଛନ୍ତି, ଆମେ ଅଷ୍ଟ୍ରେଲିଆରେ ଯେଭଳି ଭାବରେ ଖେଳିଥିଲୁ, କଙ୍ଗାରୁ ଟିମ ଏଠାରେ ସେମିତି ଖେଳିଛନ୍ତି । 

  

 

  • Tags:

Subscribe

National International State Sports Entertainment