ପାକିସ୍ତାନ କ୍ରିକେଟର ବିସ୍ମା ମାରୋଫ ଆଜି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କୁ ଏକ ବିବୃତ୍ତି ଜାରି କରିଛନ୍ତି। ବିସ୍ମା ମାରୋଫ ତାଙ୍କର ୧୭ ବର୍ଷର କ୍ରିକେଟ କ୍ୟାରିୟରରୁ ଅବସର ନେଇଛନ୍ତି । ବିସ୍ମା ୨୦୦୬ ରେ ପ୍ରଥମ ଥର ପାଇଁ ପାକିସ୍ତାନ ପାଇଁ କ୍ରିକେଟ ଖେଳିଥିଲେ। ପାକିସ୍ତାନ ପାଇଁ ବିସ୍ମା ମାରୋଫ ୧୩୬ ଟି ମହିଳା ଦିନିକିଆ ମ୍ୟାଚ ଖେଳି ୩୩୬୯ ରନ ସଂଗ୍ରହ କରିଛନ୍ତି ଏବଂ ୧୪୦ ଟି-୨୦ ମ୍ୟାଚ ଖେଳି ୨୮୯୩ ରନ ସଂଗ୍ରହ କରିଛନ୍ତି । ପିସିବିକୁ ବିବୃତି ଜାରି କରିବା ବ୍ୟତୀତ ନିଜ ସୋସିଆଲ ମିଡ଼ିଆରେ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି ବିସ୍ମା । ଯେଉଁଥିରେ ସେ ତାଙ୍କ ୧୭ ବର୍ଷର କ୍ରିକେଟ ଜୀବନ ବିଷୟରେ ଅନେକ କଥା ଲେଖିଛନ୍ତି । ମାତ୍ର ୧୫ ବର୍ଷ ବୟସରେ ସେ କ୍ରିକେଟରେ ଡେବ୍ୟୁ କରିଥିଲେ ଏବଂ ଏହା ପରେ ସେ ପାକିସ୍ତାନର ଅଧିନାୟକ ରୂପେ ମଧ୍ୟ ଏକାଧିକ ମ୍ୟାଚ ଖେଳିଛନ୍ତି ।
ଅଧିକ ପଢନ୍ତୁ : ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ବେଙ୍ଗାଲୁରୁ