ନୂଆଦିଲ୍ଲୀ:ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏକ ବଡ଼ ଇତିହାସ ରଚିଛନ୍ତି। ମ୍ୟାଚ୍ର ଆରମ୍ଭରୁ ପାୱାରପ୍ଲେ'ରେ ବୋଲିଂ କରି ଆଫଗାନିସ୍ତାନ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ ବୁମରା। ତାଙ୍କର ଏହି ଘାତକ ବୋଲିଂ କେବଳ ଟିମ୍ ଇଣ୍ଡିଆ ପାଇଁ ଏକ ଦମଦାର୍ ଆରମ୍ଭ ଦେଇନଥିଲା, ବରଂ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ରେ ଏକ ସ୍ୱତନ୍ତ୍ର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି।
ବୁମରା ପକାଇଥିବା ଏହି ମେଡେନ୍ ଓଭରଟି ତାଙ୍କ ଟି-୨୦ କ୍ୟାରିୟରର ୧୩ତମ ମେଡେନ୍ ଓଭର ଥିଲା। ଏହାସହିତ ସେ ଆଇସିସିର ଫୁଲ୍ ମେମ୍ବର ଦେଶଗୁଡ଼ିକ ମଧ୍ୟରେ ଟି-୨୦ ଆନ୍ତର୍ଜାତୀୟରେ ସର୍ବାଧିକ ମେଡେନ୍ ଓଭର ପକାଉଥିବା ବୋଲର ହୋଇପାରିଛନ୍ତି। ଆଜିର ଆଧୁନିକ ଟି-୨୦ କ୍ରିକେଟ୍ରେ ଯେଉଁଠାରେ ବ୍ୟାଟଯଶପ୍ରୀତ ପ୍ରତି ବଲ୍ରୁ ରନ୍ ସଂଗ୍ରହ କରିବାକୁ ଚେଷ୍ଟା କରନ୍ତି, ସେଠାରେ ଏତେଗୁଡ଼ିଏ ମେଡେନ୍ ଓଭର ପକାଇବା ବୁମରାଙ୍କ ଅସାଧାରଣ ବୋଲିଂ କୌଶଳକୁ ପ୍ରମାଣିତ କରୁଛି।
ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଭାରତୀୟ ଅଧିନାୟକ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବୁମରା ନୂତନ ବଲ୍ ଧରି ମଇ୍ଦାନକୁ ଓହ୍ଲାଇଥିଲେ। ସେ ନିଜର ପ୍ରଥମ ଓଭରରେ ଆଫଗାନିସ୍ତାନ ଓପନର୍ଙ୍କୁ ଗୋଟିଏ ବି ରନ୍ ସଂଗ୍ରହ କରିବାର ସୁଯୋଗ ଦେଇ ନଥିଲେ। ସମ୍ପୂର୍ଣ୍ଣ ଓଭରରେ ଗୋଟିଏ ବି ରନ୍ ନ ଦେଇ ସେ ପୁଣିଥରେ ନିଜ ନାମରେ ଏକ ମେଡେନ୍ ଓଭର ଯୋଡ଼ିଥିଲେ।
ସମଗ୍ର ବିଶ୍ୱ ତାଲିକାରେ କେଉଁଠି ଅଛନ୍ତି ବୁମରା?
ଯଦି ଆନ୍ତର୍ଜାତୀୟ କ୍ରିକେଟ୍ର ସମସ୍ତ ଦଳକୁ (ଆସୋସିଏଟ୍ ଦେଶଗୁଡ଼ିକୁ ମଧ୍ୟ ମିଶାଇ) ହିସାବ କରାଯାଏ, ତେବେ ବୁମରା ଏହି ତାଲିକାର ଶୀର୍ଷରେ ନାହାନ୍ତି। କିଛି ଆସୋସିଏଟ୍ ଦେଶର ବୋଲରମାନେ ତାଙ୍କଠାରୁ ଅଧିକ ମେଡେନ୍ ଓଭର ପକାଇଛନ୍ତି:
ଫ୍ରାଙ୍କ ନ୍ସୁବୁଗା (ଉଗାଣ୍ଡା): ୧୯ଟି ମେଡେନ୍ ଓଭର
ମହମ୍ମଦ ନାଦିର (ରୱାଣ୍ଡା): ୧୯ଟି ମେଡେନ୍ ଓଭର
ଏସ୍.ଓ ନଗୋଚେ (କେନିଆ): ୧୬ଟି ମେଡେନ୍ ଓଭର
ଯଶପ୍ରୀତ ବୁମରା (ଭାରତ): ୧୩ଟି ମେଡେନ୍ ଓଭର