ଦ୍ବିତୀୟ ପର୍ଯ୍ୟାୟ ମତଦାନ ସହ ଆଜି ୧୩ଟି ରାଜ୍ୟର ୮୮ ଆସନରେ ଚାଲିଛି ଭୋଟିଂ। ଏହି ପର୍ଯ୍ୟାୟରେ ୧୨ ଟି ରାଜ୍ୟର ୮୮ ଟି ଲୋକସଭା ଆସନରେ ୧୨୦୦ ରୁ ଅଧିକ ପ୍ରାର୍ଥୀଙ୍କ ପାଇଁ ଆଜି ଭାଗ୍ୟ ପରୀକ୍ଷା। ଆଜି ଦ୍ୱିତୀୟ ପର୍ଯ୍ୟାୟରେ କେରଳର ୨୦ ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯାଉଛି। ଆସାମର ୫ଟି ସିଟରେ ମତଦାନ ହେବ । ସେହିଭଳି ବିହାରରେ ମଧ୍ୟ ୫ଟି ସିଟରେ ମତଦାନ କରାଯିବ । ଛତିଶଗଡ଼ର ୩, ଜାମ୍ମୁ କାଶ୍ମୀରର ୧, କର୍ଣ୍ଣାଟକର ୧୪, କେରଳର ୨୦, ମଧ୍ୟପ୍ରଦେଶର ୭, ମହାରାଷ୍ଟ୍ରର ୮, ରାଜସ୍ଥାନର ୧୩, ତ୍ରିପୁରା ୧, ଉତ୍ତରପ୍ରଦେଶର ୮, ପଶ୍ଚିମବଙ୍ଗର ୩ ଆସନ ପାଇଁ ମତଦାନ ଚାଲିଛି।
ତେବେ ଆଜି ଅନେକ ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ରାହୁଲ ଗାନ୍ଧୀ, ଶଶି ଥରୁର, ରାଜୀବ ଚନ୍ଦ୍ରଶେଖର, ଓମ୍ ବିର୍ଲା, ଭୂପେଶ ବଘେଲ, ଅରୁଣ ଗୋଭିଲ୍, ହେମା ମାଳିନୀଙ୍କ ଭଳି ନେତାଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ଆଜିର ଭୋଟ ପରେ କେରଳ, ରାଜସ୍ଥାନ ଓ ତ୍ରିପୁରାରେ ନିର୍ବାଚନ ସରିଯିବ। ଏହା ପରେ ମେ ୭ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ। ୯୪ ସିଟ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଗତ ୧୯ ରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇସାରିଛି। ଯେଉଁଥିରେ ୧୦୨ଟି ଲୋକସଭା ଆସନ ପାଇଁ ମତଦାନ ହୋଇଛି । ଆଜିର ମତଦାନ ଲାଗି ୧ ଲକ୍ଷ ୬୭ ହଜାର ପୋଲିଂ ବୁଥର ବ୍ୟବସ୍ଥା କରାଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।
ଅଧିକ ପଢନ୍ତୁ : ବିଜେପିରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ