ରାଜସ୍ଥାନର ସାୱାଇ ମାଧୋପୁର ନିକଟରେ ଅଜଣା ଗାଡି ଧକ୍କାରେ ଚାଲିଗଲା ୬ ଜୀବନ। ରଣଥାମ୍ବୋରର ଗଣେଶ ମନ୍ଦିର ଦର୍ଶନ କରି ଘରକୁ ଫେରିବା ବେଳେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା। ତେବେ ଏହି ଦୁର୍ଘଟଣାରେ କାରଟି ସମ୍ପୂର୍ଣ ଭାଙ୍ଗି ଖଣ୍ଡ ବଖଣ୍ଡିତ ହୋଇଯାଇଛି। ତେବେ ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଘଟଣା ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଗୋଟିଏ ପରିବାର ରଣଥାମ୍ବୋରର ଗଣେଶ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ଗଣେଶଙ୍କୁ ଦର୍ଶନ କରି ଘରକୁ ଫେରିଲା ବେଳକୁ ରାଜସ୍ଥାନର ସାୱାଇ ମାଧୋପୁର ନିକଟରେ ଅଜଣା ଗାଡି ତାଙ୍କ କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ କାର ଭାଙ୍ଗିକି ମୃତଦେହ ବାହାରକୁ ଆଣିଥିଲେ। ତୁରନ୍ତ ଗୁରୁତର ଆହତ ହୋଇଥିବା ଶିଶୁଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭାରତତ୍ତ୍ଵି କରାଯାଇଛି। ତେବେ ମୃତ ବ୍ୟକ୍ତିମାନେ ସିକର ବାସିନ୍ଦା ବୋଲି ଜଣାପଡ଼ିଛନ୍ତି। ଏ ସମସ୍ତ ଘଟଣା ବାବଦରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।