ଜଣେ ଯୁବକକୁ ପିଟି ପିଟି ମାରିଦେଲେ ଲୋକେ । ଏହି ଭଳି ଗୋଟିଏ ଘଟଣା ଦେଖିବାକୁ ମିଳିଛି ଗୋଟେ ଗୁରୁଦ୍ୱାରାରେ । ଏହି ଭଳି ଘଟଣାକୁ ଚାରିଆଡୁ ନିନ୍ଦା କରାଯାଇଛି । ପଞ୍ଜାବର ଫିରୋଜପୁର ଗୁରୁଦ୍ୱରରେ ଶିଖ ଧର୍ମଗ୍ରନ୍ଥକୁ ଅପମାନିତ କରିବା ଅଭିଯୋଗରେ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଲୋକେ । ହତ୍ୟାର ଶିକାର ହୋଇଥିବା ଯୁବକ ହେଉଛନ୍ତି ବକ୍ସିଶ ସିଂ । ସେ ଗତକାଲି (ଶନିବାର) ଗୁରୁଦ୍ୱାର ପରିସରରେ ଧର୍ମଗ୍ରନ୍ଥକୁ ଅପମାନିତ କରିବା ଅଭିଯୋଗ ହେବା ପରେ ସେଠାରେ ଥିବା ଲୋକେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ।
ସୂଚନା ମୁତାବକ, ଶନିବାର ଗୁରୁଦ୍ୱାର ବାବା ବୀର ସିଂହ ଭିତରକୁ ଜଣେ ଯୁବକ ପଶି ଆସିଥିଲେ । ଏଠାକୁ ଆସିବା ପରେ ସେ ଗୁରୁଦ୍ୱାର ସାହେବଙ୍କୁ ଅସମ୍ମାନ କରିବା ସହ ଧର୍ମଗ୍ରନ୍ଥକୁ ଚିରି ଦେଇଥିଲେ । ଏହାପରେ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ତେବେ ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଉକ୍ତ ଯୁବକଙ୍କୁ କାବୁ କରି ନିର୍ଧୁମ ମାଡ ମାରିଥିଲେ । ଏଥିରେ ସେ ଗୁରୁତର ହୋଇଥିଲେ । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ଉକ୍ତ ଯୁବକର ମୃତ୍ୟୁ ହୋଇଛି ।
ସଂପୃକ୍ତ ଯୁବକ ବଖସିସ୍ ସିଂହଙ୍କ ମାନସିକ ଅବସ୍ଥା ଭଲ ନଥିଲା । ଏଥିପାଇଁ ସେ ୨ ବର୍ଷ ଧରି ଔଷଧ ଖାଉଥିବା ବଖସିସ୍ ସିଂହଙ୍କ ବାପା ଲଖବିନ୍ଦର ସିଂହ କହିଛନ୍ତି । ପୁଅର ମୃତ୍ୟୁ ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଅଧିକା ପଢନ୍ତୁ:ଟ୍ରାକ୍ଟର ମଡାଇ ପୋଲିସ କର୍ମଚାରୀଙ୍କ ହତ୍ୟା