ଅବ୍ୟବସ୍ଥା ମଧ୍ୟରେ ଚାଲିଛି MKCG ମେଡିକାଲର ନିଦାନ କେନ୍ଦ୍ର । ଯେଉଁଠିକି ଦୈନିକ ଶହ ଶହ ସଂଖ୍ୟାରେ ରୋଗୀ ଆସିଥାନ୍ତି ଉପଯୁକ୍ତ ଚିକିତ୍ସା ସେବା ପାଇବା ଉଦ୍ଦେଶ୍ୟ ନେଇ । ହେଲେ ବିଡମ୍ବନା ହେଉଛି ଏଠାରେ ଥିବା CT ସ୍କାନ କେନ୍ଦ୍ର ନିକଟରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ଲାଗୁଛି ଲମ୍ବା ଲାଇନ୍ । ସାରା ଓଡ଼ିଶା ଏବେ ତତଲା କଡାଇରେ ଭାଜି ହେଉଥିବା ବେଳେ ନିଦାନ କେନ୍ଦ୍ରରେ ରୋଗୀଙ୍କ ପାଇଁ ଏସି ତ ଦୂରର କଥା, ପଙ୍ଖାଟିଏ ମଧ୍ୟ ନାହିଁ। କେଉଁଠି କେଉଁଠି ଥିବା ପଙ୍ଖା ମଧ୍ୟ ଅଚଳ ଅବସ୍ଥାରେ ପଡି ରହିଛି। ଏବେ ଦେଖନ୍ତୁ କିଭଳି ନିଦାନ କେନ୍ଦ୍ର ନିକଟରେ ଗୁରୁତର ରୋଗୀ ମାନଙ୍କୁ ତଳେ ଅତି ଦୟନୀୟ ଅବସ୍ଥାରେ ଶୋଇ ଦିଆ ଯାଇଛି। ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ କିଏ ନିଜ ଫାଇଲ ଟିକୁ ଧରି ବିଞ୍ଚି ହେଇଚି ତ ଆଉ କିଏ ନିଜ ରୁମାଲ ଓ ଗାମୁଛା ସହିତ ହାତରେ ଧରିଥିବା ପ୍ରେସକ୍ରିପସନ ବାହାର କରି ବିଞ୍ଚି ହେଉଛନ୍ତି । ଏଠି ଯାହାକୁ ଦେଖିବେ ସିଏ ଝାଳରେ ବୁଡି ଯାଇଛି। ପୁଣି ଆପଣ ମାନେ ଉପାନ୍ତ ଅଞ୍ଚଳମାନଙ୍କରେ ରୋଗୀଙ୍କୁ ଦୋଳlରେ ବୁହାଯିବା କଥା ଶୁଣିଥିବେ ହେଲେ ଏବେ ଆମେ ବ୍ରହ୍ମପୁର ବଡ ମେଡିକାଲର ଏମିତି କିଛି ଦୃଶ୍ୟ ଦେଖାଇବୁ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଚାହିଁ ଥିବେ। ଏବେ ଦେଖନ୍ତୁ ଏଠି କିଭଳି ଗୁରୁତର ରୋଗୀ ମାନଙ୍କ ପାଇଁ ଷ୍ଟ୍ରେଚର୍ ଖଣ୍ଡିଏ ନହିଁ ଆଉ ସେଥିପାଇଁ ବାଧ୍ୟ ହୋଇ କିଏ ହାତରେ ତ କିଏ ବେଡସିଟ୍ କିମ୍ବା ଲୁଗା ମାଧ୍ୟମରେ ଦୋଳl ତିଆରି କରି ଆମ୍ବୁଲାନ୍ସରୁ ନିଦାନ କେନ୍ଦ୍ର ପର୍ଯ୍ୟନ୍ତ ବୋହି ଆଣୁଛନ୍ତି।
ପୁଣି ଏହାରି ଭିତରେ ବାରମ୍ବାର CT ସ୍କାନ ମେସିନ ଅଚଳ ହେଇ ଯାଉଛି । ଯାହା ଫଳରେ ଦୀର୍ଘ ସମୟ ଧରି ରୋଗୀଙ୍କୁ ଅପେକ୍ଷା କରିବାକୁ ପଡୁଛି । ଅସହ୍ୟ ଗରମ ଓ ପ୍ରବଳ ଗୁଳୁଗୁଳି ଯୋଗୁଁ ଅଂଶୁଘାତର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ। ଗୋଟିଏ ପଟେ ପ୍ରଚଣ୍ଡ ଗୁଳୁଗୁଳି ସାଙ୍ଗକୁ ବାରମ୍ବାର ମେସିନ ଖରାପ ଯାହା ବୋଝ ଉପରେ ନଳିତା ବିଡା ସଦୃଶ୍ୟ ସାଜିଛି ।ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀ ଓ ରୋଗୀ ସମ୍ପର୍କୀୟ। ସେପଟେ ନିର୍ବାଚନକୁ ନେଇ ସରକାର ବିକାଶ ନାଁ ରେ ଯେଉଁ ସଫଳତା ଓ ରୁପlନ୍ତିକରଣର କାହାଣୀକୁ ନେଇ ଭୋଟରଙ୍କ ନିକଟରେ ଉପସ୍ଥାପନ କରୁଛନ୍ତି, ଏ ଦୃଶ୍ୟ ହିଁ ଏବେ ବୟାନ କରିବ ନେତାଙ୍କ ପ୍ରତିଶ୍ରୁତି କେତେ ସତ, ଆଉ କେତେ ମିଛ ।
ଅଧିକା ପଢନ୍ତୁ:ଝାରସୁଗୁଡ଼ା ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର