ଆଜି ନିଟ୍-ୟୁଜି ପ୍ରବେଶିକ ପରୀକ୍ଷା। ଦେଶରେ ୨୪ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ଆଜି ପରୀକ୍ଷା ଦେବେ। ତେବେ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ୨୦ ଯାଏ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପାଇଁ ଦେଶର ବିଭିନ୍ନ ସହରରେ ୫୫୭ଟି ସେଣ୍ଟରକୁ ଚୟନ କରାଯାଇଥିବା ବେଳେ ଦେଶ ବାହାରେ ୧୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି।
ସୂଚନା ଅନୁଯାୟୀ, ଚଳିତବର୍ଷ ପରୀକ୍ଷାରେ କପି ରୋକିବା ପାଇଁ ମଧ୍ୟ କଡା ବ୍ୟବସ୍ଥା କରାଯାଇଛି। ମାଲ୍ ପ୍ରାକ୍ଟିସ୍ ରୋକବାକୁ ଫ୍ଲାଇଙ୍ଗ୍ ସ୍ପାଡ୍ ବ୍ୟବସ୍ଥା ହୋଇଛି। ଉଭୟ ପରୀକ୍ଷାର୍ଥୀ ଓ ନିରୀକ୍ଷକଙ୍କ ପାଇଁ ବାୟୋମେଟ୍ରିକ୍ ଯାଞ୍ଚ ବାଧ୍ୟତାମୂଳକ ରହିଛି। ଏପରିକି ଏହି ନିଟ୍-ୟୁଜି ପ୍ରବେଶିକ ପରୀକ୍ଷାରେ ୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ହେବା ନେଇ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ନିଟ୍ ପରୀକ୍ଷା ଦେବା ପାଇଁ ୨୪ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ଏଥିପାଇଁ ନିଟ୍ ପକ୍ଷରୁ ଦେଶରେ ୫୫୭ଟି ସହର ଏବଂ ବିଦେଶର ୧୪ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଏହାସହିତ ପରୀକ୍ଷା ସେଣ୍ଟରରେ ଏଆଇ ଟୁଲ୍ର ବ୍ୟବହାର କରାଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଏପରିକି ପରୀକ୍ଷା ହେବାର ଏକ ଘଣ୍ଟା ପରେ ଏବଂ ଶେଷର ଅଧ ଘଣ୍ଟା ପୂର୍ବରୁ କୌଣସି ପରୀକ୍ଷାର୍ଥୀଙ୍କୁ ବ୍ରେକ୍ ଦିଆଯିବ ନାହିଁ ବୋଲି ସୂଚନା ଜାରି ହୋଇଛି।