ପାଟନାରୁ ଜାମ୍ମୁ ତୱି ଯାଉଥିବା ଅର୍ଚନା ଏକ୍ସପ୍ରେସର ବଗି ଇଞ୍ଜିନରୁ ଅଲଗା ହେବା ଫଳରେ ଟ୍ରେନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଟ୍ରେନର ଇଞ୍ଜିନ ଓ ବଗି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା । ଏହି ଘଟଣା ଖାନ୍ନା ଷ୍ଟେସନ ବାହାରେ ଦେଖିବାକୁ ମିଳିଥିଲା । ଇଞ୍ଜିନ ବଗିଠାରୁ ଅଲଗା ହୋଇ ପ୍ରାୟ ୫୦୦ ମିଟର ଗଡିଯାଇଥିଲା । କିନ୍ତୁ ସୌଭାଗ୍ୟବଶତଃ କୌଣସି ଦୁର୍ଘଟଣା ହୋଇନାହିଁ ଓ ଯାତ୍ରୀମାନେ ସୁରକ୍ଷିତ ଥିବା ସୂଚନା ମିଳିଛି । ଟ୍ରେନର ଇଞ୍ଜିନ ପ୍ରାୟ ୩୫ ମିନିଟ ପର୍ଯ୍ୟନ୍ତ ଅଲଗା ହୋଇ ଅଟକି ରହିଥିଲା । ରବିବାର ସକାଳ ୯.୨୦ ରେ ଏହି ଘଟଣା ଘଟିଥିବାବେଳେ ୯.୫୫ ରେ ଟ୍ରେନ ପୁନର୍ବାର ଯାତ୍ରା ଆରମ୍ଭ କରିଥିଲା ।
ଅଧିକ ପଢନ୍ତୁ : ଅଜଣା ଗାଡି ଧକ୍କାରେ ଚାଲିଗଲା ୬ ଜୀବନ