ଚଳିତ ଆଇପିଏଲର ୩୨ ତମ ମ୍ୟାଚରେ ୬ ୱିକେଟ୍ ରେ ବାଜି ମାରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଗୁଜୁରାଟ ଟାଇଟନ୍ସକୁ ୮୯ ରନରେ ଅଲ ଆଉଟ କରିବା ପରେ ନିର୍ଧାରିତ ଲକ୍ଷ୍ୟକୁ ମାତ୍ର ୮.୫ ଓଭରରେ ହାସଲ କରିଛି । ୱିକେଟ୍ କିପିଙ୍ଗ କରୁଥିବା ତଥା ଦଳର ଅଧିନାୟକ ଋଷବ ପନ୍ତଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଛି । ତେବେ ନିଜର କ୍ୟାପିଟେନ୍ସି ବଳରେ ଋଷବ ଦିଲ୍ଲୀକୁ ମ୍ୟାଚ ଜିତାଇବା ସହ ପଏଣ୍ଟସ ଟେବୁଲରେ ମଧ୍ୟ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ଗତ ସନ୍ଧ୍ୟାରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଋଷବ ପନ୍ତ ନିଜର ପ୍ରତିନିଧିତ୍ବ ବଳରେ ଗୁଜୁରାଟକୁ ୮୯ ରନରେ ସୀମିତ ରଖିଥିଲେ । କେବଳ ସେତିକି ନୁହେଁ ୱିକେଟ୍ କିପିଙ୍ଗରେ ମଧ୍ୟ ସମ୍ପୂର୍ଣ୍ଣ ପ୍ରଦର୍ଶନ କରିବା ସହ ଦୁଇଟି କ୍ୟାଚ ଓ ଦୁଇଟି ଷ୍ଟମ୍ପିଂ କରିଥିଲେ । କମ ରନକୁ ଚେଜ କରିବାକୁ ଆସି ୧୧ ବଲରେ ୧୬ ରନ କରି ଅପରାଜିତା ମଧ୍ୟ ରହିଥିଲେ ।
ତେବେ ଦିଲ୍ଲୀ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା । ଦିଲ୍ଲୀର ବୋଲର ନିୟମିତ ବ୍ୟବଧାନରେ ୱିକେଟ୍ ନେବା ସହ ଗୁଜୁରାଟର ବ୍ୟାଟିଂକୁ ଧ୍ବଂସ କରିଥିଲେ । ପ୍ରଥମ ୬ ଓଭରରେ ଚାରୋଟି ୱିକେଟ୍ ହରାଇ ୧୭.୩ ଓଭରରେ ଅଲ ଆଉଟ ହୋଇଥିଲେ । ଗୁଜୁରାଟ ପକ୍ଷରୁ ରାଶିଦ ଖାନ ସର୍ବାଧିକ ୩୧ ରନ କରିଥିଲେ । ମୁକେଶ କୁମାର ୩ ଟି, ଇଶାନ୍ତ ଶର୍ମା ଓ ଟ୍ରିଷ୍ଟନ ଷ୍ଟବ୍ସ ୨ଟି ଏବଂ ଅକ୍ସର ପଟେଲ ଓ ଖଲିଲ ଅହମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଦିଲ୍ଲୀର ବ୍ୟାଟ୍ସମ୍ୟାନ ଆଟକିଙ୍ଗ ବ୍ୟାଟିଂ କରିବା ସହ ୬ ୱିକେଟ୍ ରେ ମ୍ୟାଚ ଜିତିଥିଲେ ।
ଅଧିକ ପଢନ୍ତୁ :ଗୋଟିଏ ଶତକ କରି ଅନେକ ରେକର୍ଡ ଭାଙ୍ଗିଲେ ସୁନୀଲ ନାରୀନ