କୋଲକାତା ନାଇଟ୍ ରାଇଡର୍ସର ଓପନର୍ ସୁନୀଲ ନାରୀନ ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଶତକ ହାସଲ କରି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ ୫୬ ବଲରେ ୧୦୯ ରନ ସଂଗ୍ରହ କରିଥିଲେ। ସୁନୀଲ ନାରିନ ୧୩ ଟି ଚୌକା ଓ ୬ ଟି ଛକ୍କା ମାରିବା ସହ ଦଳୀୟ ସ୍କୋର ୨୦ ଓଭରରେ ୨୨୩ ରନରେ ପହଞ୍ଚିଥିଲା ।
ଗୋଟିଏ ଶତକ ସହ ସୁନୀଲ ନାରୀନ ଅନେକ ରେକର୍ଡ କରିଛନ୍ତି :
ଆଇପିଏଲ ଇତିହାସରେ ସୁନୀଲ ନାରିନ ଏକମାତ୍ର ଖେଳାଳି ହୋଇଛନ୍ତି ଯିଏ ଗୋଟିଏ ଇନିଂସରେ ଶତକ ଏବଂ ଆଇପିଏଲର ଗୋଟିଏ ଇନିଂସରେ ପାଞ୍ଚ ୱିକେଟ୍ ନେଇଛନ୍ତି ।
କୋଲକାତାର ଘରୋଇ ମୈଦାନରେ କେକେଆର ପାଇଁ ଶତକ କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି ସୁନୀଲ ନାରିନ ।
ଆଇପିଏଲ ଇତିହାସର ପ୍ରଥମ ଶତକ ବ୍ରାଣ୍ଡନ୍ ମ୍ୟାକାଲମ୍ କରିଥିଲାବେଳେ ସୁନୀଲ ନାରୀନ ୫୦ ତମ ଶତକ କରିଥିବା ଖେଳାଳି ହୋଇଛନ୍ତି ।
ପ୍ରଥମ ଶ୍ରେଣୀ, ଲିଷ୍ଟ-ଏ ଏବଂ ଟି -୨୦ ମ୍ୟାଚରେ ଶତକ ହାସଲ କରିଥିବା ସୁନୀଲ ନାରିନ ଆଇପିଏଲର ତୃତୀୟ ଖେଳାଳି ହୋଇଛନ୍ତି। ଏହାପୂର୍ବରୁ ମନୀଷ ପାଣ୍ଡେ (୨୦୦୯) ଏବଂ ପଲ୍ ଭାଲଥାଟି (୨୦୧୧) ଏହି କୀର୍ତ୍ତିମାନ କରିଥିଲେ।
ସୁନୀଲ ନାରୀନ ଆଇପିଏଲରେ ଏଭଳି ଏକ ଖେଳାଳି ହୋଇଛନ୍ତି, ଯିଏ ଗୋଟିଏ ମ୍ୟାଚରେ ଶତକ କରିବା ସହ ଗୋଟିଏ ୱିକେଟ୍ ନେଇଛନ୍ତି ଓ ଗୋଟିଏ କ୍ୟାଚ ଧରିଛନ୍ତି ।
୪୦୦୦ ରୁ ଅଧିକ ରନ୍ ସଂଗ୍ରହ କରି ଟି - ୨୦ କ୍ରିକେଟରେ ୪୦୦ ରୁ ଅଧିକ ୱିକେଟ୍ ନେଇଥିବା ସୁନୀଲ ନାରିନ ବିଶ୍ୱର ଚତୁର୍ଥ ଖେଳାଳି ହୋଇଥିଲେ। ଡ୍ବେନ ବ୍ରାଭୋ, ଆନ୍ଦ୍ରେ ରସେଲ ଏବଂ ଶାକିବ ଅଲ ହାସନ ପୂର୍ବରୁ ଏହି କୀର୍ତ୍ତିମାନ ରଚିଥିଲେ।
ଅଧିକ ପଢନ୍ତୁ : ବଟଲରଙ୍କ ଶତକ ବଳରେ ମ୍ୟାଚ ଜିତିଲା ରାଜସ୍ଥାନ