ମୁମ୍ବାଇ: IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ ହୋଇଛି। ପୁଣିଥରେ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ରୋହିତ ଶର୍ମା। ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଦଳର ନୂଆ ମୁଖ୍ୟ କୋଚ୍ କିରନ୍ ପୋଲାର୍ଡ। ପୋଲାର୍ଡଙ୍କ କହିବା ଅନୁସାରେ, ରୋହିତଙ୍କ ସହ ତାଙ୍କର ଦୀର୍ଘଦିନର ସମ୍ପର୍କ ଓ ଅଭିଜ୍ଞତା ଆଗାମୀ ସିଜନରେ ଦଳ ପାଇଁ ଫଳପ୍ରଦ ହେବ। ଉଭୟ ଏକାଠି ଖେଳି ମୁମ୍ବାଇକୁ ୫ଟି IPL ଟ୍ରଫି ଜିତାଇଛନ୍ତି।
ପୋଲାର୍ଡ କହିଛନ୍ତି, ରୋହିତଙ୍କ ସହ ଖେଳିବା ସମୟରେ ଅନେକ ଭଲ ଓ ଖରାପ ଅନୁଭୂତି ରହିଛି। ଏହି ଅଭିଜ୍ଞତା ଆଗକୁ କାମରେ ଆସିବ। କେବଳ ଦାୟିତ୍ୱ ବଦଳିଛି, କିନ୍ତୁ ଉଭୟଙ୍କ ଉତ୍ସାହ ଓ ଲକ୍ଷ୍ୟ ସମାନ ରହିବ। ଦଳକୁ ପୁଣି ଚାମ୍ପିୟନ କରିବା ହିଁ ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ IPL ଟ୍ରଫି ଜିତିଥିଲା। ଏବେ ତିନି ବର୍ଷ ପରେ ପୁଣି ଦଳର ଅଧିନାୟକ ଭାବେ ରୋହିତଙ୍କ ଫେରିବା ଫ୍ୟାନ୍ଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି।
ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗସକୁ ଯିବା ପରେ ମୁମ୍ବାଇ ଏହି ନିଷ୍ପତ୍ତି ନେଇଛି। ଏବେ ରୋହିତ ଓ ପୋଲାର୍ଡଙ୍କ ଯୋଡ଼ି ଆଗାମୀ ସିଜନରେ ଦଳକୁ କେତେ ସଫଳତା ଦେଉଛି, ତାହା ଦେଖିବାକୁ କ୍ରିକେଟ୍ ପ୍ରେମୀ ଅପେକ୍ଷା କରିଛନ୍ତି।
Also Read: ବିଜେପି ଅଧ୍ୟକ୍ଷଙ୍କୁ ଭେଟିଲେ କ୍ରିକେଟର ମହମ୍ମଦ ଶାମି, ରାଜନୀତିରେ ଏଣ୍ଟ୍ରି ନେଇ ବଢ଼ିଲା ଚର୍ଚ୍ଚା !