କଟକ : ମର୍ମନ୍ତୁଦ ସଡକ ଦୁର୍ଘଟଣା। କଟକରୁ ତ୍ରିଶୁଳିଆ ଆଡ଼କୁ ଯାଉଥିବା ଏକ କାର୍ ଆଜି ତ୍ରିଶୁଳିଆ ବ୍ରିଜ୍ ଉପରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।
ଖବର ଅନୁଯାୟୀ କାର୍ଟି କଟକରୁ ତ୍ରିଶୁଳିଆ ଅଭିମୁଖେ ଯାଉଥିବା ସମୟରେ ବ୍ରିଜ୍ ଉପରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଦୁର୍ଘଟଣା ଯୋଗୁଁ ବ୍ରିଜ୍ ଉପରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସହ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା।