କେନ୍ଦୁଝର: ପଳାଶପଙ୍ଗା ନିକଟସ୍ଥ ଓଡ଼ିଶା ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟରେ ବଡ ଅଘଟଣ ଘଟିଛି । କାମ କରୁଥିବା ସମୟରେ ପୋଡ଼ି ହୋଇ ଦୁଇ ଶ୍ରମିକ ଗୁରୁତର । ଉଭୟଙ୍କୁ କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଶରୀରର ୪୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଗୁରୁତର ଶ୍ରମିକ ହେଲେ କଲଣ୍ଡା ଗ୍ରାମର ସଂଜୟ ଗିରି ଓ ମୟୁରଭଞ୍ଜ ଜିଲ୍ଲାର ଚିନ୍ତାମଣି କଲା । କାରଖାନା ଭିତରେ କାମ କରୁଥିବା ବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ।
ଅଭିଯୋଗ ଅନୁଯାୟୀ,ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟରେ କାମ କରିବା ସମୟରେ ଶ୍ରମିକମାନେ ଆବଶ୍ୟକ ସୁରକ୍ଷା ପୋଷାକ ଓ ଉପକରଣ ପିନ୍ଧିନଥିଲେ ।ଏସଓପି ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା କି ନାହିଁ, ତାହାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି । ଏପଟେ କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ ।