ଭୁବନେଶ୍ୱର: ଓଡ଼ିଶା ପୁଲିସର ପରବର୍ତ୍ତୀ ମୁଖିଆ କିଏ? ନୂଆ DGP ନିଯୁକ୍ତିକୁ ନେଇ ଏବେ ବି ଲାଗି ରହିଛି ସସ୍ପେନ୍ସ। ଆସନ୍ତାକାଲି ସରୁଛି ବର୍ତ୍ତମାନର ପୁଲିସ ଡିଜି ବିନୟତୋଷ ମିଶ୍ରଙ୍କ କାର୍ଯ୍ୟକାଳ। ହେଲେ ଏଯାଏଁ ନୂଆ ପୂର୍ଣ୍ଣକାଳୀନ DGPଙ୍କ ନାଁ ଘୋଷଣା ହୋଇନାହିଁ।
ଏପରି ସ୍ଥିତିରେ ଜଣେ ବରିଷ୍ଠ IPS ଅଧିକାରୀଙ୍କୁ କାମଚଳା DGP ଭାବେ ଦାୟିତ୍ୱ ଦେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ଦୌଡ଼ରେ RP କୋଚେଙ୍କ ନାଁ ଆଗରେ ଥିବା ଚର୍ଚ୍ଚା ହେଉଛି।ସେପଟେ DGP ଚୟନ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ପରେ ରାୟକୁ ଅପେକ୍ଷା କରାଯାଇଛି। ଫଳରେ ପୂର୍ଣ୍ଣକାଳୀନ ନିଯୁକ୍ତିରେ ବିଳମ୍ବ ହେବାର ଆଶଙ୍କା ରହିଛି।
DGP ରେସ୍ରେ ଥିବା ୪ ବରିଷ୍ଠ IPS:
ସୁଧାଂଶୁ ଷଡ଼ଙ୍ଗୀ – ୧୯୯୦ ବ୍ୟାଚ୍
RP କୋଚେ – ୧୯୯୩ ବ୍ୟାଚ୍
ସଞ୍ଜୀବ ପଣ୍ଡା – ୧୯୯୪ ବ୍ୟାଚ୍
ଯଶୋବନ୍ତ ଜେଠୱା – ୧୯୯୪ ବ୍ୟାଚ୍
ତେବେ କିଏ ଧରିବେ ଓଡ଼ିଶା ପୁଲିସର କମାଣ୍ଡ? RP କୋଚେଙ୍କୁ ମିଳିବ କି କାମଚଳା ଦାୟିତ୍ୱ? ଏବେ ସମସ୍ତଙ୍କ ନଜର ସରକାରଙ୍କ ଘୋଷଣା ଉପରେ।