ମୁମ୍ବାଇ: ବରିଷ୍ଠ ହିନ୍ଦୀ ଟେଲି ଅଭିନେତା ଦୀପକ କାଜିର କେଜ୍ରିୱାଲ ସିନେ ଆଣ୍ଡ୍ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍ (CINTAA) ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । CINTAA କାର୍ଯ୍ୟାଳୟରେ କିଛି ଲୋକ ତାଙ୍କୁ ଖରାପ ବ୍ୟବହାର କରିବା ସହିତ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି ।
ଦୀପକ କାଜିର କେଜ୍ରିୱାଲଙ୍କ ଅଭିଯୋଗ ମୁତାବକ, ଗତ ଗୁରୁବାର (୨୬ ନଭେମ୍ବର) CINTAA କାର୍ଯ୍ୟାଳୟକୁ ଯାଇଥିଲେ । ସେ ଭିତରକୁ ଯାଉଥିବାବେଳେ ତାଙ୍କୁ ଅଟକା ଯାଇଥିଲା । କାହିଁକି ଅଟକ ରଖାଯାଉଛି ବୋଲି ପଚାରିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ବହୁତ ଜୋରରେ ତାଙ୍କୁ ମାଡ଼ ମରାଯାଇଥିଲା । ସେ କିଛି ଜଣଙ୍କ ନାଁ ମଧ୍ୟ ସାମ୍ନାକୁ ଆଣିଛନ୍ତି, ସେମାନେ ହେଲେ ତାହିଲ, ବୃଜେଶ, ରାମ ଓ ସପନ ଭଟ୍ଟାଚାର୍ଯ୍ୟ ତାଙ୍କୁ ଗୋଇଠା ଏବଂ ବିଧା ମାରିଥିବା ସେ କହିଛନ୍ତି । ଅଭିଯୋଗ ହୋଇଥିବା ବ୍ୟକ୍ତିମାନେ ନିଜ ସପକ୍ଷରେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।
କିଛି ଅଭିନେତା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଡେଜି କହିଛନ୍ତି ଯେ ଏ ସମୟ ବିଲକୁଲ ଉଚିତ ନୁହେଁ । ସେ ଜଣେ କର୍କଟ ପୀଡ଼ିତ ରୋଗୀ । ଯଦି ଜଣକଙ୍କ ସହିତ ଏମିତି ହୋଇଛି ତାହା ହେଲେ ଅନ୍ୟମାନଙ୍କ ସହିତ ଘଟଣା ଘଟିପାରେ ।