ସିନେମା ହଲ୍କୁ ଆସିନି, ହେଲେ ବକ୍ସ ଅଫିସ୍ରେ ଆରମ୍ଭ ହୋଇଗଲା ଝଡ଼। ମାର୍ଭେଲ୍ର ମେଗା ଫିଲ୍ମ ‘Avengers: Doomsday’କୁ ନେଇ ଭାରତୀୟ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି। ଆଡଭାନ୍ସ ବୁକିଂରେ ୫୭ କୋଟି ଟଙ୍କା ପାର୍ କଲା କଲେକ୍ସନ୍। ଏବେ ନଜର ୨୦୧୯ର ‘Avengers: Endgame’ର ରେକର୍ଡ ଉପରେ।
ରିଲିଜ୍ ପୂର୍ବରୁ ୫୭.୫୭ କୋଟିର ବିଜନେସ୍
ମାର୍ଭେଲ୍ ସିନେମାଟିକ୍ ୟୁନିଭର୍ସର ଆଗାମୀ ମେଗା ଫିଲ୍ମ ‘Avengers: Doomsday’କୁ ନେଇ ଦର୍ଶକଙ୍କ ଉତ୍ସାହ ଏବେ ଚରମରେ। ଟ୍ରେଲର ଏବଂ ରବର୍ଟ ଡାଉନି ଜୁନିୟରଙ୍କ ଡକ୍ଟର ଡୁମ୍ ଅବତାର ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ସୃଷ୍ଟି କରିଛି।
ବକ୍ସ ଅଫିସ୍ ଟ୍ରାକର୍ Sacnilkର ରିପୋର୍ଟ ଅନୁସାରେ, ଭାରତରେ ଫିଲ୍ମର ଆଡଭାନ୍ସ ବୁକିଂରୁ ବ୍ଲକ୍ ସିଟ୍କୁ ଛାଡ଼ି ୪୯.୩୮ କୋଟି ଟଙ୍କା ଆୟ ହୋଇଛି। ଏହି ସମୟରେ ୭.୮୪ ଲକ୍ଷ ଟିକେଟ୍ ବିକ୍ରି ହୋଇଛି। ବ୍ଲକ୍ ସିଟ୍କୁ ମିଶାଇଲେ ମୋଟ ଆଡଭାନ୍ସ ବୁକିଂ ୫୭.୫୭ କୋଟି ଟଙ୍କା ଛୁଇଁଛି।
କେଉଁ ସହରରେ ସବୁଠୁ ଅଧିକ କ୍ରେଜ୍?
ଦିଲ୍ଲୀ-NCR, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇ ଭଳି ବଡ଼ ସହରରେ ଫିଲ୍ମକୁ ଜବରଦସ୍ତ ରେସପନ୍ସ ମିଳୁଛି। ବିଶେଷକରି IMAX, 3D ଓ 4DX ଭଳି ପ୍ରିମିୟମ୍ ଫର୍ମାଟ୍ର ଟିକେଟ୍ ଦ୍ରୁତ ଗତିରେ ବିକ୍ରି ହେଉଛି। ଇଂରାଜୀ ସହ ହିନ୍ଦୀ, ତାମିଲ୍ ଓ ତେଲୁଗୁ ଭର୍ସନ୍କୁ ମଧ୍ୟ ଭଲ ରେସପନ୍ସ ମିଳୁଛି।
ହିରୋ ନୁହେଁ, ଏଥର ଭିଲେନ୍ ଅବତାରରେ ରବର୍ଟ ଡାଉନି ଜୁନିୟର
ଏହି ଫିଲ୍ମର ସବୁଠୁ ବଡ଼ ଆକର୍ଷଣ ହେଉଛନ୍ତି ରବର୍ଟ ଡାଉନି ଜୁନିୟର। ଆଇରନ୍ ମ୍ୟାନ୍ ଭାବେ ଦର୍ଶକଙ୍କ ମନ ଜିତିଥିବା ଏହି ଅଭିନେତା ଏଥର ଡକ୍ଟର ଡୁମ୍ ଭଳି ଶକ୍ତିଶାଳୀ ଭିଲେନ୍ ଚରିତ୍ରରେ ନଜର ଆସିବେ। ଏହା ସହ ଅନେକ ପୁରୁଣା ଓ ନୂଆ ସୁପରହିରୋଙ୍କ ଏକାଠି ଆଗମନ ଫିଲ୍ମକୁ ନେଇ ଉତ୍ସାହ ଆହୁରି ବଢ଼ାଇଛି।
‘Avengers: Endgame’ର ରେକର୍ଡ ଭାଙ୍ଗିବ କି Doomsday?
୨୦୧୯ରେ ରିଲିଜ୍ ହୋଇଥିବା ‘Avengers: Endgame’ ଭାରତୀୟ ବକ୍ସ ଅଫିସ୍ରେ ଐତିହାସିକ ସଫଳତା ହାସଲ କରିଥିଲା। ଏବେ ‘Doomsday’ର ଆଡଭାନ୍ସ ବୁକିଂ ଗତି ଦେଖି ଏହା ଭାରତରେ ହଲିଉଡ୍ ଫିଲ୍ମର ସବୁଠୁ ବଡ଼ ଓପନିଂ ରେକର୍ଡକୁ ଚ୍ୟାଲେଞ୍ଜ୍ କରିପାରେ ବୋଲି ଆଶା କରାଯାଉଛି।
ରୁସୋ ବ୍ରଦର୍ସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ମେଗା ବଜେଟ୍ ଫିଲ୍ମ ଡିସେମ୍ବର ୧୭ରେ ଭାରତୀୟ ସିନେମା ହଲ୍ରେ ରିଲିଜ୍ ହେବାକୁ ଯାଉଛି। ତେବେ ସତରେ ସିନେମା Doomsday’ କ’ଣ ‘Endgame’ର ରେକର୍ଡ ଭାଙ୍ଗି ଭାରତୀୟ ବକ୍ସ ଅଫିସ୍ରେ ନୂଆ ଇତିହାସ ରଚିବ, ତାହା ସମୟ କହିବ।