ନୂଆଦିଲ୍ଲୀ: ବଲିଉଡ୍ର ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ରାଇଜ୍ ଅଫ୍ ଏ ଲିଜେଣ୍ଡ’କୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ। ଅଭିନେତା ରଣବୀର କପୁରଙ୍କ ଅଭିନୀତ ଏହି ଫିଲ୍ମକୁ ନେଇ ଆପତ୍ତି ଉଠାଇଛି ବିଶ୍ୱ ହିନ୍ଦୁ ପରିଷଦ (VHP)। ଫିଲ୍ମରେ ମହର୍ଷି ବାଲ୍ମୀକିଙ୍କ ରାମାୟଣର ଘଟଣାଗୁଡ଼ିକୁ ବଦଳାଇ ଉପସ୍ଥାପନ କରାଯାଇଥିବା ଏବଂ ରାବଣଙ୍କ ଚରିତ୍ରକୁ ମହିମାମଣ୍ଡିତ କରିବାକୁ ଚେଷ୍ଟା ହୋଇଥିବା ଅଭିଯୋଗ କରିଛି ସଂଗଠନ। ଏଥିସହ ଫିଲ୍ମର ସେନ୍ସର ସାର୍ଟିଫିକେଟ୍ ରଦ୍ଦ କରିବା ସହ ପ୍ରଦର୍ଶନ ଉପରେ ରୋକ୍ ଲଗାଇବାକୁ ଦାବି କରାଯାଇଛି।
ରାବଣଙ୍କୁ ନାୟକ ଭାବେ ଦେଖାଇବାକୁ ଉଦ୍ୟମ!
VHPର ଅନ୍ତର୍ଜାତୀୟ ଅଧ୍ୟକ୍ଷ ଆଲୋକ କୁମାର ଅଭିଯୋଗ କରିଛନ୍ତି ଯେ, ଫିଲ୍ମରେ ରାମାୟଣର ମୂଳ କାହାଣୀ ଓ ଭଗବାନ ଶ୍ରୀରାମଙ୍କ ଜୀବନ ସହ ଜଡ଼ିତ ଅନେକ ଘଟଣାକୁ ପରିବର୍ତ୍ତନ କରାଯାଇଛି। ଏହା କେବଳ ସିନେମାର ନାଟକୀୟତା ପାଇଁ କରାଯାଇଥିବା ପରିବର୍ତ୍ତନ ନୁହେଁ, ବରଂ ଏକ ଭିନ୍ନ ଚିନ୍ତାଧାରା ଉପସ୍ଥାପନ କରିବାର ପ୍ରୟାସ ବୋଲି ସେ ମତ ରଖିଛନ୍ତି।
ସେହିପରି VHP ମହାସଚିବ ବଜରଙ୍ଗ ଲାଲ ବାଗ୍ରା ମଧ୍ୟ ଫିଲ୍ମ ନିର୍ମାତାଙ୍କ ଉପରେ ମୂଳ ରାମାୟଣର କାହାଣୀକୁ ବିକୃତ କରିବାର ଅଭିଯୋଗ ଆଣିଛନ୍ତି। ତାଙ୍କ ମତରେ, ରାବଣଙ୍କୁ ଗରିବ, ଦଳିତ ଓ ନିଷ୍ପେଷିତ ବର୍ଗର ରକ୍ଷକ ଭାବେ ଚିତ୍ରଣ କରିବା ମାଧ୍ୟମରେ ତାଙ୍କ ଚରିତ୍ରକୁ ମହିମାମଣ୍ଡିତ କରାଯାଇଛି।
ଶ୍ରୀରାମଙ୍କ ପ୍ରତିଜ୍ଞାକୁ ନେଇ ଆପତ୍ତି
ଫିଲ୍ମରେ ଭଗବାନ ଶ୍ରୀରାମଙ୍କ ରାକ୍ଷସମାନଙ୍କୁ ବିନାଶ କରିବା ସମ୍ପର୍କିତ ପ୍ରତିଜ୍ଞାକୁ ଭୁଲ୍ ଭାବେ ଦେଖାଯାଇଥିବା ଆଲୋକ କୁମାର ଅଭିଯୋଗ କରିଛନ୍ତି। ଙ୍କ କହିବା ଅନୁଯାୟୀ, ଋଷିମୁନିଙ୍କ ଆଶ୍ରମ ନିକଟରେ ପଡ଼ିଥିବା ହାଡ଼କୁ ଦେଖି ଶ୍ରୀରାମ ରାକ୍ଷସମାନଙ୍କ ଅତ୍ୟାଚାର ବିରୋଧରେ ପ୍ରତିଜ୍ଞା କରିଥିଲେ। ଏହି ଘଟଣା ସୀତା ହରଣ ପୂର୍ବରୁ ଘଟିଥିଲା। କିନ୍ତୁ ଫିଲ୍ମରେ ଏହାକୁ ସୀତାଙ୍କ ଅପହରଣ ପରେ ଦେଖାଯାଇଛି। ଫଳରେ ଶ୍ରୀରାମଙ୍କ ଉଦ୍ଦେଶ୍ୟକୁ କେବଳ ବ୍ୟକ୍ତିଗତ ପ୍ରତିଶୋଧ ସହ ଯୋଡ଼ିବାକୁ ଚେଷ୍ଟା କରାଯାଇଛି ବୋଲି VHP ପକ୍ଷରୁ କୁହାଯାଇଛି।
ଅହଲ୍ୟା ଉଦ୍ଧାର ଓ କେବଟଙ୍କ ଭକ୍ତି ପ୍ରସଙ୍ଗ ନାହିଁ
ଫିଲ୍ମରେ ଶ୍ରୀରାମଙ୍କ ଚରିତ୍ର ଓ ଆଦର୍ଶକୁ ଦର୍ଶାଉଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ସ୍ଥାନ ଦିଆଯାଇନଥିବା VHP ଅଭିଯୋଗ କରିଛି। ଶେଷ କରି ମାତା ଅହଲ୍ୟାଙ୍କ ଉଦ୍ଧାର, ନିଷାଦରାଜ ଗୁହଙ୍କ ସହ ଶ୍ରୀରାମଙ୍କ ବନ୍ଧୁତା ଏବଂ କେବଟଙ୍କ ଭକ୍ତି ଭଳି ପ୍ରସଙ୍ଗକୁ ଫିଲ୍ମରେ ଉପେକ୍ଷା କରାଯାଇଥିବା କୁହାଯାଇଛି। ଏ
ହି ଘଟଣାଗୁଡ଼ିକ ସମାଜକୁ ଏକତା, ସମାନତା ଓ ମାନବିକତାର ବାର୍ତ୍ତା ଦେଇଥାଏ ବୋଲି ସଂଗଠନ ମତ ଦେଇଛି। ହି ବିବାଦକୁ ନେଇ ଆଇନଗତ ପଦକ୍ଷେପ ନେବା ପାଇଁ VHP ବିଚାର କରୁଥିବା ବେଳେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବି କରିଛି।
ବକ୍ସ ଅଫିସରେ ଜବରଦସ୍ତ ସଫଳତା
ଅନ୍ୟପଟେ ବିବାଦ ମଧ୍ୟରେ ଫିଲ୍ମଟି ବିଶ୍ୱବ୍ୟାପୀ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଖବର ରହିଛି। ରଣବୀର କପୁରଙ୍କ ସହ ୟଶ, ସାଇ ପଲ୍ଲବୀ ଓ ଅନ୍ୟ କଳାକାରମାନେ ଏଥିରେ ଅଭିନୟ କରିଛନ୍ତି। ନିତେଶ ତିୱାରୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ପୋର୍ଟ ଅନୁସାରେ, ଫିଲ୍ମଟି ବିଶ୍ୱସ୍ତରରେ ୧୫୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଛି। ଏହାର ପରବର୍ତ୍ତୀ ଭାଗକୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି।