ଢାକା: ବାଂଲାଦେଶ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମୁଶ୍ଫିକର୍ ରହୀମ ଅନ୍ତର୍ଜାତୀୟ ମ୍ୟାଚରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ବାଂଲଦେଶ କ୍ରିକେଟ୍ ବୋର୍ଡ ଏହି ସୂଚନା ଦେଇଛି । ସେ ଆସନ୍ତାବର୍ଷ ଫେବୃଆରୀ ମାସରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଶେଷ ଥର ପାଇଁ ମଇଦାନକୁ ଓହ୍ଲାଇବେ ।
ବିସିବି ଅଧ୍ୟକ୍ଷ ତମୀମ ଇକବାଲ ସୂଚନା ଦେଇଛନ୍ତି ଯେ ମୁଶ୍ଫିକୁର ରହୀମ ଗତ କିଛି ଦିନ ତଳେ ଫୋନ୍ ଯୋଗେ ନିଜର ନିଷ୍ପତି ଜଣାଇ ଦେଇଛନ୍ତି । ନିଜେ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ସୂଚନା ଦେବାକୁ ଅଧ୍ୟକ୍ଷ ତାଙ୍କୁ ପରାମର୍ଶ ଦେଇଥିଲେ । ମାତ୍ର ସେ ଅଧ୍ୟକ୍ଷଙ୍କୁ ଏହା ଦାୟିତ୍ୱ ସମ୍ଭାଳିବାକୁ ଅନୁରୋଧ କରିଥିଲେ । ମୀରପୁର ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ମୁଶ୍ଫିକୁର ରହୀମ ଅନ୍ତିମ ମ୍ୟାଚ୍ ଖେଳିବେ । ସେ ବାଂଲାଦେଶର ଅନେକ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା ବୋଲି ଅଧ୍ୟକ୍ଷ ବର୍ଣ୍ଣନା କରିଛନ୍ତି ।
ମୁଶ୍ଫିକୁରଙ୍କ ରେକର୍ଡ
ମୁଶ୍ଫିକୁର ପ୍ରଥମ ଥର ପାଇଁ ୨୦୦୫ ମସିବାରେ ଲର୍ଡସରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ କ୍ରିକେଟ୍ କ୍ୟାରିୟର୍ ଆରମ୍ଭ କରିଥିଲେ । ଦୀର୍ଘ ୨୨ ବର୍ଷ ମଧ୍ୟରେ ୧୦୦ଟିରୁ ଅଧିକ ମ୍ୟାଚ୍ ଖେଳି ନିଜ ଟିମକୁ ଅନେକ ସଫଳତା ଦେଇଛନ୍ତି । ଚଳିତ ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଟେଷ୍ଟରେ ୭୦୦୦ ରନ୍ ପୂରା କରିଛନ୍ତି । ଏହି ସଫଳତା ପାଇବା ଦିଗରେ ସେ ପ୍ରଥମ ବାଂଲାଦେଶର କ୍ରିକେଟର୍ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ୧୦୦ଟିରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିବାରେ ମଧ୍ୟ ସେ ପ୍ରଥମ ବାଂଲା କ୍ରିକେଟର୍ । ତାଙ୍କ କ୍ୟାରିୟରରେ ୩ଟି ଦ୍ୱିଶତକ ହାସଲ କରିଛନ୍ତି । ଶ୍ରୀଲଙ୍କା (୨୦୦), ଜିମ୍ବାୱେ (୨୧୯) ଓ ଜିମ୍ବାୱେ (୨୦୦) ରନ୍ କରିଛନ୍ତି ।