ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଆଜି ନିଜ ରେକର୍ଡ ଭାଙ୍ଗିବା ସହିତ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଲିଷ୍ଟ୍-ଏ କ୍ରିକେଟରେ ସବୁଠାରୁ ଦ୍ରୁତ ଦ୍ୱିଶତକ କରିବାରେ ବୈଭବ ଖ୍ୟାତି ଅର୍ଜନ କରିଛନ୍ତି । ମଙ୍ଗଳବାର ଦୋହାରେ ଚାଲିଥିବା ଏସିସି ପୁରୁଷ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ସଂଯୁକ୍ତ ରାଷ୍ଟ୍ର ଏମିରେଟ୍ସ ସହ ଖେଳାଯାଇଥିବା ମ୍ୟାଚରେ ବୈଭବ ମାତ୍ର ୨୮ ବଲରେ ଦ୍ରୁତ ଶତକ ଯୋଡ଼ିଛନ୍ତି । ଯାହାକି ଲିଷ୍ଟ-ଏ କ୍ରିକେଟ୍ ଇତିହାସରେ ସବୁଠାରୁ ଦ୍ରୁତ ଶତକ ବୋଲି ବର୍ଣ୍ଣନା କରାଯାଉଛି ।
ଏହା ସହିତ ବୈଭବ ଆଜିର ମ୍ୟାଚରେ ଦ୍ୱିଶତକ ହାସଲ କରିଛନ୍ତି । ମାତ୍ର ୫୩ଟି ବଲ୍ ଖେଳି ୨୦୪ ରନ୍ କରିଛନ୍ତି । ଯେଉଁଥିରେ ୨୮ଟି ଛକା ଏବଂ ୭ଟି ଚୌକା ସାମିଲ ରହିଛି । ସେ ୧୬ଟି ବଲ୍ ଖେଳି ପ୍ରଥମେ ଅର୍ଦ୍ଧ ଶତକ ହାସଲ କରିଥିଲେ ।
ବୈଭବ ଅଷ୍ଟ୍ରେଲିଆ ଖେଳାଳି ଜେକ୍ ଫ୍ରେଜର୍ ମ୍ୟାକଗର୍କିଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । ୨୦୨୩ରେ ଜେକ୍ ସାଉଥ୍ ଅଷ୍ଟ୍ରେଲିଆ ପକ୍ଷରୁ ଖେଳି ୨୯ଟି ବଲରେ ଶତକ ହାସଲ କରିଥିଲେ ।
ଦ୍ରୁତତମ ଶତକ ତାଲିକା
ବୈଭବ ସୂର୍ୟ୍ୟବଂଶୀ- ଭାରତ ବନାମ ୟୁଏଇ ୨୦୨୬- ୧୦୦ (୨୮)
ଜେକ୍ ଫ୍ରେଜର-ମ୍ୟାକଗର୍କ- ୧୦୦ (୨୯)- ଦକ୍ଷିଣ ଅଷ୍ଟ୍ରେଲିଆ ବନାମ ତାସମାନିଆ ଆଡିଲେଡ୍ ୨୦୨୩
ଏବି ଡିଭିଲିୟର୍ସ- ୧୦୦ (୩୧)- ଦକ୍ଷିଣ ଅଷ୍ଟ୍ରେଲିଆ ବନାମ ୱେଷ୍ଟଇଣ୍ଡିଜ୍ ୨୦୧୫
ସାକିବୁଲ ଗାନି- ୧୦୦ (୩୨)- ବିହାର ବନାମ ଅରୁଣାଚଳ ୨୦୨୫
ଇଶାନ୍ କିଶାନ୍- ୧୦୦ (୩୩)- ଝାଡ଼ଖଣ୍ଡ ବନାମ କର୍ଣ୍ଣାଟକ ୨୦୨୫