ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୭ ମିନି ନିଲାମକୁ ନେଇ କ୍ରିକେଟ୍ ମହଲରେ ଉତ୍ସାହ ବଢ଼ିଛି। ଡିସେମ୍ବର ୧୬ରେ ଗୋଆରେ ହେବାକୁ ଥିବା ଏହି ନିଲାମ ପାଇଁ ୧୨୨୦ ଜଣ ଖେଳାଳି ପଞ୍ଜୀକରଣ କରିଛନ୍ତି। ତେବେ ସର୍ବାଧିକ ୨ କୋଟି ଟଙ୍କା ବେସ୍ ପ୍ରାଇସ୍ ରଖିଥିବା ୩୦ ଜଣ ଖେଳାଳିଙ୍କ ମଧ୍ୟରେ ମାତ୍ର ଦୁଇ ଜଣ ଭାରତୀୟ ରହିଛନ୍ତି।
ଏହି ଦୁଇ ଭାରତୀୟ ଖେଳାଳି ହେଉଛନ୍ତି ଆଭେଶ ଖାନ୍ ଓ ଦୀପକ ଚହର। ଅନ୍ୟପକ୍ଷରେ ବିଦେଶୀ ଖେଳାଳିଙ୍କ ମଧ୍ୟରେ ବେନ୍ ଷ୍ଟୋକ୍ସ, ଡେଭିଡ୍ ୱାର୍ଣ୍ଣର, ଟ୍ରେଣ୍ଟ ବୋଲ୍ଟ, ରଚିନ୍ ରବୀନ୍ଦ୍ର, ଡେଭନ୍ କନୱେ, ଜନି ବେୟାରଷ୍ଟୋ ଓ ମାଥିଶା ପଥିରାନାଙ୍କ ଭଳି ବଡ଼ ନାମ ରହିଛି।
ମୋଟ ୧୨୨୦ ଜଣ ପଞ୍ଜୀକୃତ ଖେଳାଳିଙ୍କ ମଧ୍ୟରେ ୯୩୯ ଜଣ ଭାରତୀୟ ଓ ୨୮୧ ଜଣ ବିଦେଶୀ ଅଛନ୍ତି। ୧୦ଟି ଫ୍ରାଞ୍ଚାଇଜ୍ ପାଇଁ ମୋଟ ୬୬ଟି ସ୍ଥାନ ଖାଲି ରହିଛି। ଏହି ନିଲାମରେ ବଡ଼ ବଡ଼ ଖେଳାଳିଙ୍କୁ କେଉଁ ଦଳ କିଣୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
Also Read: ୨ ମ୍ୟାଚ୍ର ବିଫଳତା ପରେ ବୈଭବଙ୍କ ବିସ୍ଫୋରକ ଜବାବ, ୨୦୪ ରନ୍ର ଐତିହାସିକ ଇନିଂସ ପଛରେ ଥିଲା ଏହି ମାଷ୍ଟରପ୍ଲାନ୍ !