ପୁରୀ : ଥାନା ଆଇଆଇସିଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ। ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଗଡ଼ିସାଗଦା ଥାନା ଆଇଆଇସି ଦିଲୀପ ଧଳଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି।
ଆଜି ଶନିବାର ଦିନ ସେ ଏକ ମାମଲାର ତଦନ୍ତ ପାଇଁ ବଡ଼ଓରା ଗାଁକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ତଦନ୍ତ ଚାଲିଥିବା ସମୟରେ ଜଣେ ବ୍ୟକ୍ତି ହଠାତ୍ ଚେୟାରରେ ଆଇଆଇସି ଦିଲୀପ ଧଳଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ କେଉଁ ପରିସ୍ଥିତିରେ ଏହି ଆକ୍ରମଣ ହେଲା, ସେ ନେଇ ସବିଶେଷ ତଥ୍ୟ ଜଣାପଡିନାହିଁ।
ଏହି ଆକ୍ରମଣରେ ଆଇଆଇସି ଦିଲୀପ ଧଳଙ୍କ ମୁଣ୍ଡ ଫାଟି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କଣାସ ମେଡିକାଲରେ ଭର୍ତ୍ତି କରାଯାଇଛି।
ଘଟଣା ପରେ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆକ୍ରମଣକାରୀ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ।