ଆଇପିଏଲ ୨୦୨୪ର ୩୪ ତମ ମ୍ୟାଚ ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଲକ୍ଷ୍ନୌରେ ଆଜି ସନ୍ଧ୍ୟା ୭.୩୦ ରେ ଦୁଇ ଦଳ ମୁହାଁମୁହିଁ ହେବେ । ଲକ୍ଷ୍ନୌ ଶେଷ ଦୁଇଟି ମ୍ୟାଚରେ ପରାଜୟର ସାମ୍ନା କରିବା ପରେ ଆଜିର ସନ୍ଧ୍ୟାରେ ଡ଼ିଫେଣ୍ଡିଙ୍ଗ ଚମ୍ପିୟାନକୁ ହରାଇ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବ । ସେହିଭଳି ଚେନ୍ନାଇ ଋତୁରାଜ ଗାଇକୱାଡଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିବ ସହ ୬ ଟି ମ୍ୟାଚରୁ ୪ଟି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟସ ଟେବୁଲର ୩ୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଲକ୍ଷ୍ନୌ ୬ଟି ମ୍ୟାଚରୁ ୩ଟି ମ୍ୟାଚରେ ବିଜୟ ହାସଲ କରିବ ସହ ପଏଣ୍ଟସ ଟେବୁଲର ୫ମ ସ୍ଥାନରେ ରହିଛି । ତେବେ ଆଇପିଏଲ ଇତିହାସରେ ଏହି ଦୁଇ ଦଳ ୩ଥର ଭେଟ ହୋଇଥିବାବେଳେ ଚେନ୍ନାଇ ଗୋଟିଏ ଏବଂ ଲକ୍ଷ୍ନୌ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି । ଆଉ ଏକ ମ୍ୟାଚରେ କୌଣସି ଫଳାଫଳ ମିଳିପାରିନାହିଁ । ତେବେ ଲକ୍ଷ୍ନୌର ଏକନ୍ନା ଷ୍ଟାଡିୟମରେ ଦୁଇ ଦଳ ପ୍ରଥମ ଥର ପାଇଁ ଭେଟ ହେବେ । ପୂର୍ବରୁ ଏକ ମ୍ୟାଚ ଏହି ଗ୍ରାଉଣ୍ଡରେ ଥିବାବେଳେ ଏହି ମ୍ୟାଚ ବାତିଲ ହୋଇଥିଲା ।
ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ସମ୍ଭାବ୍ୟ ୧୧ : - କେ.ଏଲ୍ ରାହୁଲ (ଅଧିନାୟକ), କ୍ୱିଣ୍ଟନ୍ ଡି କକ୍ (ୱିକେଟ୍ କିପର), ଦୀପକ ହୁଡ୍ଡା , ମାର୍କସ୍ ଷ୍ଟୋଇନିସ୍, ଆୟୁଷ ବଦୋନି, ନିକୋଲାସ୍ ପୁରାନ୍, କ୍ରୁନାଲ ପାଣ୍ଡ୍ୟା, ରବି ବିଷ୍ଣୋଇ, ମୋହସିନ ଖାନ, ସମର ଜୋସେଫ, ୟସ ଠାକୁର/ମୟଙ୍କ ଯାଦବ(ଇମ୍ପ୍ୟାକ୍ଟ ଖେଳାଳି - ଦେବଦତ୍ତ ପଡିକ୍କଲ)
ଚେନ୍ନାଇ ସୁପର କିଙ୍ଗ୍ସ ସମ୍ଭାବ୍ୟ ୧୧ :- ରଚିନ ରବୀନ୍ଦ୍ର, ଋତୁରାଜ ଗାଇକୱାଡ (ଅଧିନାୟକ), ଅଜୀଙ୍କ୳୲ ରାହାଣେ, ଡ୍ୟାରିଲ ମିଚିଲ/ମୋଇନ ଅଲି, ସମୀର ରୀଜ଼ବି, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି,ସାରଦୁଲ ଠାକୁର, ତୁଷାର ଦେଶପାଣ୍ଡେ, ମୁସ୍ତଫିଜୁର ରେହମାନ (ଇମ୍ପ୍ୟାକ୍ଟ ଖେଳାଳି - ମଥିଶା ପଥିରାନା )
ଅଧିକ ପଢନ୍ତୁ : ପର୍ପଲ କ୍ୟାପ ଦୌଡରେ ଆଗରେ ବୁମରା