ଆଇପିଏଲ ୨୦୨୪ ରେ, ପ୍ରତ୍ୟେକ ମ୍ୟାଚ ଏକ ରୋମାଞ୍ଚକର ମୋଡ ନେଉଛି । ରାଜସ୍ଥାନ ରୟାଲ୍ସ ଦଳ ଏପର୍ଯ୍ୟନ୍ତ ୭ ଟି ମ୍ୟାଚ ମଧ୍ୟରୁ ୬ ଟି ଜିତିବା ସହ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ହାସଲ କରିଛି। ଅନ୍ୟପକ୍ଷରେ ଆରସିବିର ପ୍ରଦର୍ଶନ ନିରାଶଜନକ ରହିଛି , ୭ ଟି ମ୍ୟାଚ ଖେଳିବା ପରେ ଆରସିବି ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି । ଏହା ବ୍ୟତୀତ ଅରେଞ୍ଜ କ୍ୟାପ ଏବଂ ପର୍ପଲ କ୍ୟାପ ପାଇଁ ମଧ୍ୟ କଡା ଟକ୍କର ଦେଖିବାକୁ ମିଳୁଛି ।
ତେବେ ଏଠି କହିରଖିବୁ କି, ଟୁର୍ନାମେଣ୍ଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନଙ୍କୁ ଅରେଞ୍ଜ କ୍ୟାପ ମିଳିଥାଏ ଓ ଟୁର୍ନାମେଣ୍ଟରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କୁ ପର୍ପଲ କ୍ୟାପ ପ୍ରଦାନ କରାଯାଇଥାଏ । ତେବେ ବର୍ତ୍ତମାନର ପର୍ପଲ କ୍ୟାପ ଦୌଡରେ ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଜସପ୍ରୀତ ବୁମରା ଆଗରେ ରହିଛନ୍ତି । ଗତ କାଲି ମ୍ୟାଚରେ ୩ ଟି ୱିକେଟ୍ ନେବା ସହ ଚହଲଙ୍କ ଠାରୁ ପର୍ପଲ କ୍ୟାପ ଛଡାଇ ନେଇଛନ୍ତି ।
ତେବେ ମୁଲାନପୁରରେ ପଞ୍ଜାବ କିଙ୍ଗସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଜସପ୍ରୀତ ବୁମ୍ରାଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ମ୍ୟାଚରେ ୪ ଓଭରରେ ୨୧ ରନ ଦେଇ ବୁମରା ୩ ଟି ୱିକେଟ୍ ନେଇଥିଲେ। ମ୍ୟାଚ ପରେ ତାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ପ୍ରଦାନ କରାଯାଇଥିଲା। ଏହା ସହିତ ବୁମରା ୟୁଜଭେନ୍ଦ୍ର ଚହଲଙ୍କୁ ପଛରେ ପକାଇ ପର୍ପଲ କ୍ୟାପ ଜିତିଥିଲେ ।
ସେହିଭଳି ଚଳିତ ବର୍ଷ ସର୍ବାଧିକ ୱିକେଟ୍ ତାଲିକାରେ ୟୁଜବେନ୍ଦ୍ର ଚହଲ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବୁମରା ଏପର୍ଯ୍ୟନ୍ତ ୭ ଟି ମ୍ୟାଚ ଖେଳିଛନ୍ତି ଏବଂ ମୋଟ ୧୩ ୱିକେଟ୍ ନେଇଛନ୍ତି। ୭ ଟି ମ୍ୟାଚରେ ୧୨ ଟି ୱିକେଟ୍ ନେଇଥିବା ଚହଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତିନି ନମ୍ବରରେ ମୁମ୍ବାଇ ଇଣ୍ଡିଆନ୍ସର ଜେରାଲ୍ଡ କୋଟଜୀ ଅଛନ୍ତି, ଯିଏ ୭ ଟି ମ୍ୟାଚରେ ୧୨ ଟି ୱିକେଟ୍ ନେଇଛନ୍ତି। ଖଲିଲ ଅହମ୍ମଦ ୧୦ ୱିକେଟ୍ ସହ ଚତୁର୍ଥ ସ୍ଥାନରେ ଏବଂ କଗିସୋ ରାବାଡା ୧୦ ୱିକେଟ୍ ସହ ପଞ୍ଚମ ସ୍ଥାନରେ ଅଛନ୍ତି।
ଅଧିକ ପଢନ୍ତୁ : ମ୍ୟାଚ ହାରିଲା ପଞ୍ଜାବ କିନ୍ତୁ ମନ ଜିତିଲେ ଆଶୁତୋଷ