ଗଞ୍ଜାମ: ବନ୍ୟା ସ୍ଥିତି ସମୀକ୍ଷା ବେଳେ ବିଧାୟକଙ୍କୁ ଆକ୍ରମଣ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବନ୍ୟାଞ୍ଚଳ ପରିଦର୍ଶନ କରୁଥିବା ସମୟରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ।ପୁରୁଷୋତ୍ତମପୁର ବ୍ଲକର କୁମ୍ଭାରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁଯାୟୀ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ବିଳମ୍ବିତ ସହାୟତା ଏବଂ ଅପର୍ଯ୍ୟାପ୍ତ ସ୍ଲଟ୍ ବା ସାହାଯ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହା ସହିତ ତୁରନ୍ତ ବିଦ୍ୟୁତ ଯୋଗାଣ ଓ ନୂତନ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ଲୋକେ ଦାବି କରିଥିଲେ ।
ବିଧାୟକ ଶ୍ରୀ ସେଠୀ ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିବା ପରେ ଲୋକେ ତାଙ୍କୁ ଘେରି ଯାଇଥିଲେ । ଉତ୍ତେଜନା ଏତେ ବଢ଼ିଯାଇଥିଲା ଯେ କିଛି ଲୋକ ଟଣାଓଟରା ଏବଂ ଠେଲାପେଲା କରିଥିବା ଅଭିଯୋଗ ହୋଇଛି । ତେବେ ପରିସ୍ଥିତି ଜଟିଳ ହେବାରୁ ଉପସ୍ଥିତ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ହସ୍ତକ୍ଷେପ କରି ବିଧାୟକଙ୍କୁ ସେଠାରୁ ସୁରକ୍ଷିତ ଭାବେ ବାହାର କରି ନେଇଥିଲେ ।
ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସ୍ଥାନୀୟ ପ୍ରଶାସନ ମଧ୍ଯ ଲୋକଙ୍କୁ ବୁଝାସୁଝା କରିବା ସହ ଏବଂ ବନ୍ୟା ସହାୟତା କାର୍ଯ୍ୟ ଉପରେ ନଜର ରଖିଛି ।