ଭୁବନେଶ୍ୱର : ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅବପାତରେ ପରିଣତ ହୋଇଛି ସୃଷ୍ଟ ହୋଇଥିବା ଲଘୁଚାପ,ଆଜି ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ସମ୍ଭାବନା । ଏହାପରେ ଆସନ୍ତାକାଲି ବାତ୍ୟାରେ ପରିଣତ ହେବ। ବାତ୍ୟାରେ ପରିଣତ ହୋଇ ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ। ବାତ୍ୟା ସମୟରେ ପବନର ସର୍ବାଧିକ ବେଗ ୧୦୦ କିମି ରହିପାରେ। ଏହାର ପ୍ରଭାବରେ ୨ ରୁ ୪ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ରହିବ ତେଣୁ କାଲି ସୁଦ୍ଧା ଫେରିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ତେବେ ଅର୍ଣ୍ଣବ ତୁଳନାରେ ସମ୍ଭାବ୍ୟ ବାତ୍ୟାର ତୀବ୍ରତା କମ ରହିବ।
ଆଞ୍ଚଳିକ ପାଣିପାଗ ବିଭାଗ କହିଛି ଯେ ସାମ୍ଭାବ୍ୟ ବାତ୍ୟା ଯୋଗୁଁ ଦକ୍ଷିଣ ଓ ଉପକୂଳ ଓଡ଼ିଶା ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା,ଜଗତସିଂହପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପବନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାର ଗତିପଥ କେଉଁ ଦିଗକୁ ରହିବ ଏବଂ ଓଡ଼ିଶାରେ କେତେ ପ୍ରଭାବ ପକାଇବ, ତାହା ଆଗାମୀ ଆକଳନରୁ ସ୍ପଷ୍ଟ ହେବ।