ମୁମ୍ବାଇ: ଆଇପିଏଲ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ତାର ଟିମରେ ବଡ଼ ଧରଣର ଅଦଳବଦଳ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ଲସିଥ ମଲିଙ୍ଗା ସମେତ ତିନି ଜଣ ପ୍ରଶିକ୍ଷକଙ୍କୁ ଦଳରୁ ବିଦା କରିଛି । ଲସିଥ ମଲିଙ୍ଗା, ପାରସ ମହାମ୍ବ୍ରେ ଏବଂ କାର୍ଲ ହାପିକିଂସନ୍ ଙ୍କ ଦଳରୁ ନିଷ୍କାସିତ କରାଯାଇଥିବା ନେଇ ଗୁରୁବାର ଦିନ ଘୋଷଣା କରାଯାଇଛି । ଏମ୍ଆଇ ଘୋଷଣାରେ କହିଛି ଯେ ଏହି ତିନି ଜଣ ପୁରୁଷ ଟିମରୁ ବାଦ ଦିଆଯାଇଛି । ସେମାନଙ୍କ ଯୋଗଦାନ, ସେବା ଏବଂ ପ୍ରତିବଦ୍ଧତା ପାଇଁ ଦଳ କୃତଜ୍ଞତା ଜଣାଇଛି ।
ଏମ୍ଆଇ ଦଳ ସହିତ ମଲିଙ୍ଗାଙ୍କର ଏକ ଘନିଷ୍ଠ ସମ୍ପର୍କ ଜଡ଼ିତ ରହିଛି । ସେ ଦୀର୍ଘ ୧୧ ବର୍ଷ ଏମ୍ଆଇ ଦଳ ପାଇଁ ଖେଳିଥିଲେ । ୨୦୧୮ରେ ଦଳ ତାଙ୍କୁ ବୋଲିଂ ମେଣ୍ଟର ଭାବରେ ନିଯୁକ୍ତି ଦେଇଥିଲା । ପରେ ୨୦୨୪ରେ ଶନ ବଣ୍ଡ୍ ଙ୍କ ସ୍ଥାନରେ ମଲିଙ୍ଗା ଦ୍ରୁତ ବୋଲିଂ କୋଚ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।
ସେହିପରି ପାରସ ମହାମ୍ବ୍ରେ୨୦୨୫ ଆଇପିଏଲ୍ ପୂର୍ବରୁ ଦଳରେ ଅତିରିକ୍ତ ବୋଲିଂ କୋଚ୍ ଭାବେ ନିଯୁକ୍ତି ପାଇଥିଲେ । ସେ ୨୦୨୪ରେ ଟି-ଟ୍ୱେଣ୍ଟି ବିଶ୍ୱ କପ୍ ଜିତିଥିବା ଭାରତୀୟ ଦଳର ବୋଲିଂ କୋଚ୍ ଥିଲେ । ଏହା ସହିତ ହାପକିଂସନ୍ ୨୦୨୪ରେ ପିଲ୍ଡିଂ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।