ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଗାଡ଼ିକୁ ମୁମ୍ବାଇର ଜୁହୁଠାରେ ଲକ୍ଷ୍ୟ କରି ଗୁଳିଚାଳନା କରାଯାଇଛି। ବାଇକରେ ଆସିଥିବା ତିନିଜଣ ଅଜ୍ଞାତ ବ୍ୟକ୍ତି ଏହି ଗୁଳିମାଡ଼ କରିଛନ୍ତି। ମୁମ୍ବାଇ ପୋଲିସ ମାମଲାର ତାପନ୍ତ୍ରୀ ଆରମ୍ଭ କରିଦେଇଛି।
ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ତାଙ୍କ ଗାଡ଼ି ଉପରେ ଗୁଳିଚାଳନା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବାଇକରେ ଆସିଥିବା ତିନିଜଣ ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ଟାଇଗର ଶ୍ରଫଙ୍କ ଡ୍ରାଇଭର ଏବଂ ଜଣେ ଅଟୋ ଚାଳକ ଆହତ ହୋଇଥିବା ଖବର ମିଳିଛି। ଗୁଳିଚାଳନାର ପ୍ରକୃତ କାରଣ ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ପୋଲିସ ଅଭିଯୁକ୍ତମାନଙ୍କୁ ଖୋଜୁଛି। ବର୍ତ୍ତମାନ ମୁମ୍ବାଇ ପୋଲିସ ସମଗ୍ର ଘଟଣାର ତଦନ୍ତ କରୁଛି।
ଘଟଣା ସମୟରେ ଟାଇଗର ଶ୍ରଫ୍ ମଧ୍ୟ ଗାଡ଼ି ଭିତରେ ଥିଲେ। ତେବେ ସବୁଠାରୁ ଆଶ୍ୱସ୍ତିର କଥା ହେଲା ଯେ ଏହି ଘଟଣାରେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ତାଙ୍କୁ କୌଣସି ଗୁଳି ବାଜିନାହିଁ। ପୋଲିସ କହିଛି ଯେ ଏହି ମାମଲାର ତଦନ୍ତ କରାଯାଉଛି। ମୁମ୍ବାଇ ପୋଲିସ ପକ୍ଷରୁ ମଧ୍ୟ ଏକ ବିବୃତି ଜାରି କରାଯାଇଛି। ବିବୃତିରେ କୁହାଯାଇଛି, “ଜୁହୁ ପୋଲିସ ଷ୍ଟେସନ୍ ଅନ୍ତର୍ଗତ ଅଞ୍ଚଳରେ ଗୁଳିଚାଳନାର ଏକ ଘଟଣା ସାମ୍ନାକୁ ଆସିଛି। ଟାଇଗର ଶ୍ରଫ୍ ସୁରକ୍ଷିତ ଅଛନ୍ତି। ତାଙ୍କୁ ଗୁଳି ବାଜିନାହିଁ। ମାମଲାର ଅଧିକ ତଦନ୍ତ ଜାରି ରହିଛି।”