ବଲିଉଡର ବରିଷ୍ଠ ଅଭିନେତା ତଥା ତୃଣମୂଳ କଂଗ୍ରେସ (TMC) ସାଂସଦ ଶତ୍ରୁଘ୍ନ ସିହ୍ନା ନିଜର ଶାଣିତ ବକ୍ତବ୍ୟ ଓ ନିର୍ଭୀକ ଅନ୍ଦାଜ ପାଇଁ ସଦାସର୍ବଦା ଚର୍ଚ୍ଚାରେ ରହନ୍ତି। ଏବେ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ମଜାଦାର କଥା (Joke) ଶେୟାର କରି କାହାକୁ ଟାର୍ଗେଟ କରିଛନ୍ତି। ଏହି ପୋଷ୍ଟରେ ଜଣେ ଭାରତୀୟ କର୍ମଚାରୀ ଏବଂ ଜଣେ ଆମେରିକୀୟ ମାଲିକଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ଦେଖାଯାଇଛି, ଯାହାର ଶେଷରେ "କାରଣ ମୁଁ ମୂର୍ଖ ଲୋକଙ୍କ ଅଧୀନରେ କାମ କରିବାକୁ ଚାହେଁନାହିଁ" ବୋଲି ଲେଖାଯାଇଛି। ଶତ୍ରୁଘ୍ନ ସିହ୍ନାଙ୍କ ଏହି 'ସଣ୍ଡେ ହ୍ୟୁମର' ପୋଷ୍ଟକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି।
ମୁମ୍ବାଇ: ବଲିଉଡ୍ର 'ସଟଗନ୍' ଓରଫ ଶତ୍ରୁଘ୍ନ ସିହ୍ନା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (ଟ୍ୱିଟର) ରେ ଏକ ବେଶ୍ ଆକର୍ଷଣୀୟ ଓ ମଜାଦାର ପୋଷ୍ଟ ଶେୟାର କରିଛନ୍ତି। ସେ 'ସଣ୍ଡେ ହ୍ୟୁମର' (Sunday Humor) ନାମରେ ଜଣେ ଭାରତୀୟ କର୍ମଚାରୀ ଏବଂ ଆମେରିକୀୟ ଚାକିରିଦାତାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଏକ ପୋଷ୍ଟ ମାଧ୍ୟମରେ ସେୟାର କରିଛନ୍ତି।
ଶତ୍ରୁଘ୍ନ ସିହ୍ନା ଶେୟାର କରିଥିବା ସମ୍ପୂର୍ଣ୍ଣ କଥା:
ଆମେରିକୀୟ: ତୁମର ଇମେଲ୍ ଆଇଡି (Email ID) କ’ଣ?
ଭାରତୀୟ: ସାର୍, iamanindian@gmail.com
ଆମେରିକୀୟ: ଏବଂ ପାସୱାର୍ଡ (Password)?
ଭାରତୀୟ: 12345678
ଆମେରିକୀୟ: ତୁମେ ବହୁତ ମୂର୍ଖ। ଚାକିରି ପାଇଁ ଏତେ ସହଜରେ ନିଜର ଗୋପନୀୟ ତଥ୍ୟ ବତାଇଦେଲ? ଆମେ କେମିତି ବିଶ୍ୱାସ କରିବୁ ଯେ ତୁମେ କମ୍ପାନୀର ଗୋପନୀୟ ତଥ୍ୟ ଅଧିକ ଟଙ୍କାର ଅଫର ପାଇଁ ବିକ୍ରି କରିଦେବନାହିଁ?
ଭାରତୀୟ: ସାର୍, ମୁଁ ଆପଣଙ୍କୁ ମୋ ପାସୱାର୍ଡ ବତାଇଦେଲି ସତ, କିନ୍ତୁ ମୋତେ ଲାଗୁନାହିଁ ଯେ ଆପଣ ଏବେ ବି ମୋ ଇମେଲ୍ ଆକାଉଣ୍ଟରେ ଲଗ୍-ଇନ୍ କରିପାରିବେ।
ମୋ ପାସୱାର୍ଡ ହୋଇପାରେ:
12345678
କିମ୍ବା
Onetwothreefourfivesixseveneight
କିମ୍ବା
1twothreefourfivesixseveneight
କିମ୍ବା
1twothreefourfivesixseven8
ଏବଂ ଏହିପରି ଅନ୍ୟାନ୍ୟ।
କିମ୍ବା
2444666668888888 (ଗୋଟିଏ 2, ତିନୋଟି 4, ପାଞ୍ଚୋଟି 6, ସାତୋଟି 8)
କିମ୍ବା
13355557777778 (ଗୋଟିଏ 1, ଦୁଇଟି 3, ଚାରୋଟି 5, ଛଅଟି 7...)
କିମ୍ବା ଏହି ସବୁର କୌଣସି ବି କମ୍ବିନେସନ୍ ...
ୱେସେ, ମୁଁ କ୍ୟାପିଟାଲ୍ ଲେଟର୍ସ (Capital Letters) ବ୍ୟବହାର କରିବା କଥା କହିଥିଲି କି?
ଆମେରିକୀୟ ଇଣ୍ଟରଭ୍ୟୁଅର୍ (Interviewer): ତୁମେ କେତେ ଦରମା ନେବ?
ଭାରତୀୟ: ସାର୍, ମୁଁ ଆପଣଙ୍କ ଅଫର୍କୁ ପ୍ରତ୍ୟାଖ୍ୟାନ କରୁଛି! କାରଣ ମୁଁ ମୂର୍ଖ ଲୋକଙ୍କ ଅଧୀନରେ କାମ କରିବାକୁ ଚାହେଁନାହିଁ।
କାହାକୁ ଟାର୍ଗେଟ୍ କଲେ ଶତ୍ରୁଘ୍ନ?
ହାସ୍ୟରସ ମାଧ୍ୟମରେ ଶତ୍ରୁଘ୍ନ ସିହ୍ନା ପ୍ରକୃତରେ କାହାକୁ ନିଶାନା ସାଧିଛନ୍ତି, ତାହା ସେ ନିଜେ ସ୍ପଷ୍ଟ କରିନାହାଁନ୍ତି। ମାତ୍ର ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ବେଶ୍ ପସନ୍ଦ କରାଯାଉଛି। ୟୁଜର୍ସମାନେ ଏହାକୁ ନେଇ ଭିନ୍ନ ଭିନ୍ନ ମଜାଦାର କମେଣ୍ଟ ଦେଉଛନ୍ତି। କେତେକ ଲୋକ ଏହାକୁ ଭାରତୀୟମାନଙ୍କ ବୁଦ୍ଧିମତ୍ତା ଓ ଚତୁରତାର ପ୍ରଶଂସା ବୋଲି କହୁଥିବା ବେଳେ ଅନ୍ୟ କେତେକ ଏହାକୁ ରାଜନୈତିକ କଟାକ୍ଷ ବୋଲି ଆକଳନ କରୁଛନ୍ତି।