ମୁମ୍ବାଇ: ଅଭିନେତା ନାନା ପାଟେକରଙ୍କ ଦେହାନ୍ତକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନାନା ପାଟେକରଙ୍କର ଦେହ ବିଳମ୍ବିତ ରାତିରୁ ହିଁ ଅସୁସ୍ଥ ହୋଇଥିଲା । ଏ ନେଇ ଗୋଆର ମଣିପାଳ ହସ୍ପିଟାଲର ହସ୍ପିଟାଲ୍ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର କହିଛନ୍ତି ।
ଡାକ୍ତର କହିବା ଅନୁସାରେ, ନାନା ପାଟେକର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ସେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କୁ ମେସେଜ୍ କରିଥିଲେ । ତାଙ୍କ ଭଲ ଲାଗୁ ନ ଥିବା ମେସେଜରେ କହିଥିଲେ । କିନ୍ତୁ ବିଳମ୍ବିତ ରାତି ଥିବାରୁ ସାଙ୍ଗ ଉକ୍ତ ମେସେଜକୁ ଦେଖିପାରି ନ ଥିଲେ । ଭୋର ପ୍ରାୟ ୪ଟା ସମୟରେ ସାଙ୍ଗଙ୍କ ନିଦ ଭାଙ୍ଗିବା ପରେ ସେ ନାନାଙ୍କ ମେସେଜ୍ ଦେଖିଥିଲେ । ଏହା ପରେ ଅନେକ ଥର କଲ୍ ମଧ୍ୟ କରିଥିଲେ । କଲର ଉତ୍ତର ନ ମିଳିବାରୁ ସେ ସିଧାସଳଖ ତାଙ୍କ ଘରେ ଯାଇ ପହଁଚିଥିଲେ । ଘରେ ଭିତରେ ନାନା ପାଟେକର ଅଚେତ୍ ଅବସ୍ଥାରେ ପଡ଼ିଥିଲେ । ତାଙ୍କ ଦେହରୁ ଗମ୍ ଗମ୍ ଝାଳ ମଧ୍ୟ ବାହାରୁଥିଲା ଏବଂ ଏହି ସମୟ ମଧ୍ୟରେ ଆମ୍ବୁଲାନ୍ସକୁ କଲ୍ କରାଯାଇଥିଲା । ଆମ୍ବୁଲାନ୍ସ ଟିମ୍ ପହଁଚି ତାଙ୍କ ସିପିଆର୍ ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ କୌଣସି ଉତ୍ତର ମିଳିନଥିଲା ।
ନାନାଙ୍କୁ ତୁରନ୍ତ ମଣିପାଲ ହସ୍ପିଟାଲରେ ଭର୍ତ୍ତ କରାଯାଇଥିଲା । ସେତେବେଳକୁ ତାଙ୍କର ଆଉ ନିଶ୍ୱାସ ପ୍ରଶ୍ୱାସ ଚାଲୁ ନ ଥିବା ଡାକ୍ତର କହିଛନ୍ତି । ଭୋର ସାଢ଼େ ୫ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।