ନୂଆଦିଲ୍ଲୀ: ନାନା ପାଟେକର ଆଉ କିଛି ସମୟ ପରେ ପଞ୍ଚଭୂତରେ ଲୀନ ହୋଇଯିବେ । କେବଳ ରହିଯିବ ତାଙ୍କର ଚଳଚ୍ଚିତ୍ର ଅଭିନୟ ଏବଂ ଦମଦାର ସଂଳାପ । ପୁନେରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ନାନା ପାଟେକଙ୍କର ଅନ୍ତିମ ସଂସ୍କାର କରାଯିବ । ଗମ୍ଭୀର ସ୍ୱର ଏବଂ ବାହାରୁ ଅତି କୋଠର ଦିଶୁଥିବା ନାନା ନିଜର ସରଳ ହୃଦୟ ପାଇଁ ବେଶ ପରିଚିତ ଥିଲେ । ସମସ୍ତଙ୍କୁ ସୁସ୍ୱାଦୁ ଖାଦ୍ୟ ରାନ୍ଧି ପରଷି ଦେଉଥିବା ନାନା ନିଜ ଅନ୍ତିମ ସଂସ୍କାର ପାଇଁ ବହୁ ଆଗରୁ ପ୍ରସ୍ତୁତି କରିସାରିଥିଲେ ।
ନାନାଙ୍କ ଜଣେ ଅନ୍ତରଙ୍ଗ ବନ୍ଧୁ ତଥା ବିଶିଷ୍ଟ ଫଟୋଗ୍ରାଫର ଅତୁଲ କାସବେକର ଖୁଲାସା କରିଛନ୍ତି ଯେ ନାନା ପାଟେକର ପ୍ରକୃତରେ ନିଜର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରି ରଖିଥିଲେ । ଅତୁଲ ଦିନେ ତାଙ୍କର ପୁନେସ୍ଥିତ ଫାର୍ମ ହାଉସକୁ ଯାଇଥିଲେ । ସେଠାରେ ନାନା ତାଙ୍କୁ ଏକ କାଠ ଗଦା ଦେଖାଇଥିଲେ । ଯାହାକୁ ସେ ନିଜ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ କରି ରଖିଥିଲେ। ନାନା କହିଥିଲେ ଯେ ସେ କାଠଗୁଡ଼ିକୁ ଶୁଖାଇକି ରଖିଥିଲେ କାରଣ ଓଦା କାଠରୁ ଧୂଆଁ ବାହାରେ । ଆଉ ସେ ଚାହୁଁନଥିଲେ ଯେ ତାଙ୍କ ଅନ୍ତିମ ସଂସ୍କାରରେ ଉପସ୍ଥିତ ଲୋକମାନେ କେବଳ ଆଖିରେ ଧୂଆଁ ପଶିବା କାରଣରୁ କାନ୍ଦନ୍ତୁ!
ଅତୁଲ ଆଗକୁ ଲେଖିଛନ୍ତି ଯେ କେବଳ ନାନା ସାହେବ ହିଁ ନିଜର ଅନ୍ତିମ ସଂସ୍କାରକୁ ଏକ ହାସ୍ୟରସାତ୍ମକ ଦୃଶ୍ୟରେ ପରିଣତ କରିପାରନ୍ତି। ଜଣେ ଅସାଧାରଣ ଅଭିନେତା। ଏକ ପିଢ଼ିର ସ୍ୱର। ଏକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ। ଆଉ ସେହି ଦୃଢ଼ ବ୍ୟକ୍ତିତ୍ୱର ଆଢୁଆଳରେ ଲୁଚି ରହିଥିଲା ଜଣେ ଅତ୍ୟନ୍ତ ଉଦାର ଓ ମହାନ ମଣିଷ।