ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ବିଶ୍ୱଜିତ ରାମଚନ୍ଦ୍ର ମୋରେ ଇତିହାସ ସୃଷ୍ଟି କରିଛନ୍ତି। ଗୁରୁବାର ଦିନ ଲାସ୍ ଭେଗାସ୍ରେ ଅନୁଷ୍ଠିତ ୨୩ ବର୍ଷରୁ କମ୍ ବିଶ୍ୱ କୁସ୍ତି ଚାମ୍ପିୟନସିପ୍ ରେ, ବିଶ୍ୱଜିତ ମୋରେ ପୁରୁଷଙ୍କ ୫୫ କିଲୋଗ୍ରାମ ଗ୍ରେକୋ-ରୋମାନ୍ ବିଭାଗରେ ରୌପ୍ୟ ପଦକ ଜିତିଛନ୍ତି। ଏହି ବର୍ଗରେ ରୌପ୍ୟ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ଖେଳାଳି ।
ବିଶ୍ୱଜିତ 'ୟୁ-୨୩ ବିଶ୍ୱ ଚାମ୍ପିୟନସିପ୍'ର ଗ୍ରେକୋ-ରୋମାନ୍ କୁସ୍ତିରେ ରୌପ୍ୟ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ କୁସ୍ତିଯୋଦ୍ଧା ହୋଇଛନ୍ତି । ଫାଇନାଲ୍ ମୁକାବିଲାରେ ବିଶ୍ୱଜିତ ଜର୍ଜିଆର କୋବା କାରୁମିଡଜେଙ୍କ ଠାରୁ ୧୨-୧୩ ବ୍ୟବଧାନରେ ଅଳ୍ପ ପାର୍ଥକ୍ୟରେ ପରାଜିତ ହୋଇଥିଲେ।
ଏହି ଭାରତୀୟ କୁସ୍ତିଯୋଦ୍ଧା ତିନୋଟି କଠିନ ମୁକାବିଲାରେ ବିଜୟୀ ହୋଇ ଫାଇନାଲରେ ନିଜ ସ୍ଥାନ ସୁନିଶ୍ଚିତ କରିଥିଲେ। ସେ ପ୍ରଥମେ ମେକ୍ସିକୋର ଆଇଜାକ୍ ମାରିନ୍ ମାଟାଙ୍କୁ ୧୦-୮ ବ୍ୟବଧାନରେ ପରାସ୍ତ କରିଥିଲେ ଏବଂ ପରେ ଇରାନର ୟୁ-୨୦ ବିଶ୍ୱ ଚାମ୍ପିୟନ ଆର୍ମିନ୍ ଶାମସିପୁରଙ୍କୁ ୮-୧ ବ୍ୟବଧାନରେ ପରାସ୍ତ କରିଥିଲେ।
ବିଶ୍ୱଜିତ ପୂର୍ବରୁ ଏହି ସମାନ ପ୍ରତିଯୋଗିତାରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ। 'ୟୁ-୨୩ ବିଶ୍ୱ ଚାମ୍ପିୟନସିପ୍'ରେ ଦୁଇଟି ପଦକ ଜିତିବାରେ ସେ ଏକମାତ୍ର ଭାରତୀୟ ଗ୍ରେକୋ-ରୋମାନ୍ କୁସ୍ତିଯୋଦ୍ଧା ଅଟନ୍ତି ।