କୋରାପୁଟ ଜିଲ୍ଲା ଜୟପୁରର ସୌରା ସାହି ଛକ ନିକଟରେ ଥିବା ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ଲୁଗା ଦୋକାନରେ ନିଆଁ ଲାଗିଯିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ସୂଚନା ଅନୁଯାୟୀ ଅଗ୍ନିକାଣ୍ଡ ଫଳରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଲୁଗାପଟା ଏବଂ ଅନ୍ୟାନ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ରୂପେ ଜଳି ପୋଡ଼ି ନଷ୍ଟ ହୋଇଯାଇଛି।ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା । ନିଆଁ ଲାଗିବାର ସଠିକ୍ କାରଣ ସ୍ପଷ୍ଟ ଜଣାପଡ଼ି ନଥିଲେ ମଧ୍ୟ ଶର୍ଟ ସର୍କିଟ୍ ଯୋଗୁଁ ଏହି ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ଏହି ଅଗ୍ନିକାଣ୍ଡ ଦ୍ୱାରା ବ୍ୟାପକ କ୍ଷୟକ୍ଷତି ଘଟିଛି।