ଆଜିଠାରୁ ରାଜ୍ୟବାସୀଙ୍କୁ ଆହୁରି କଲବଳ କରିବ ତାତି। ଆଜି ଓ ଆସନ୍ତାକାଲି ପାଇଁ ରେଡ ୱାଣ୍ଡିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏପରିକି ଆଜି ତାପମାତ୍ରା ବଢିବା ନେଇ ୯ଟି ଜିଲ୍ଲା ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଆଦି ଜିଲ୍ଲାକୁ ରେଡ୍ ୱାଣ୍ଡିଂ ଜାରି କରାଯାଇଛି। ତେବେ ମେ' ୯ ତାରିଖ ପର୍ଯ୍ୟନ୍ତ ହୁତୁହୁତୁ ହୋଇ ଜଳିବ ସାରା ରାଜ୍ୟ।
ସୂଚନା ମୁତାବକ, ଅସହ୍ୟ ତାତିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ଗତ କିଛି ଦିନ ହେବ ରାଜ୍ୟବାସୀଙ୍କୁ କଲବଲ କରୁଥିବା ଗ୍ରୀଷ୍ମପ୍ରବାହ ଆଜିଠାରୁ ଆହୁରି ଭୟଙ୍କର ହେବ। ସ୍ଥିତି ଯାହା ଥିଲା ତାହା ଆହୁରି ବିଗିଡ଼ିବ। ଆଜି ପାଇଁ ୯ ଜିଲ୍ଲାକୁ ରେଡ୍ ୱାଣ୍ଡିଂ ଏବଂ ୧୮ ଜିଲ୍ଲାକୁ ଅରେଞ୍ଜ ୱାଣ୍ଡିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏପରିକି ୨୭ ଏବଂ ୨୮ ତାରିଖରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁପାରେ ବୋଲି ଅନୁମାନ କରାଯାଉଛି। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଭୀଷଣ ଗ୍ରୀଷ୍ମ ଲହରୀ ଜାରି ରହିବ। ୩୩ ସହରରେ ବର୍ତ୍ତମାନ ଦିନର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ ହେଉଛି। ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।