ତାତିରୁ ମିଳିବ ତ୍ରାହି । ଆସନ୍ତା କାଲି ଠାରୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ । ଏହାସହିତ ରାଜ୍ୟରେ ପାରଦ ୩ ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ଖସିବ । ଏନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଏବଂ ୭ ତାରିଖ ଆଡକୁ ବର୍ଷାର ପରିମାଣ ବଢିବା ସହିତ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହିତ ଗଂଜାମ , ପୁରୀ , କଟକ , କେନ୍ଦ୍ରାପଡା, ଜଗତସିଂପୁର, ଭଦ୍ରକ ଓ ବାଲେଶ୍ୱରକୁ ଏସ.ଆର.ସି ସତର୍କ ସୂଚନା ଜାରି କରିଛନ୍ତି । ସୂଚନା ଅନୁସାରେ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟରେ ପ୍ରବେଶ ହେଉଥିବା ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି ଓ ସେପଟେ ରାଜ୍ୟକୁ ବଙ୍ଗୋପସାଗରରୁ ସାମୁଦ୍ରିକ ପବନ ଧୀରେ ଧୀରେ ବଢୁଛି । ଯାହା କାରଣରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆଗାମୀ ୫ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୭ ତାରିଖ ପରେ ବର୍ଷା ବଢିବାର ସମ୍ଭାବନା ଅଛି । କିଛି କିଛି ଜାଗାରେ ପ୍ରବଳ ବର୍ଷା ବି ହୋଇପାରେ ।