ଫ୍ୟାନ୍ ଲଗାଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍କଣା ଗାଁରେ ଘଟିଛି ଅଘଟଣ। ତେବେ ମୃତ ମହିଳା ଜଣଙ୍କ କଙ୍କଣା ଗାଁର ସୁଲୋଚନା ନାୟକ ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ସୂଚନା ମୁତାବକ, ଆଜି ସକାଳେ ମହିଳା ଜଣଙ୍କ ଘରେ ଫ୍ୟାନ୍ ଲଗାଉଥିବା ଥିଲେ। ସେହି ସମୟରେ ହଠାତ ଏକ ବିଦ୍ୟୁତ୍ ତାର ତାଙ୍କ ଦେହରେ ଗୁଡେଇ ହୋଇ ଯାଇଥିଲା। ଏହି ତାରରୁ ତାଙ୍କୁ ଖୁବ ଜୋରେ ବିଦ୍ୟୁତ୍ ଆଘାତ ଲାଗିଥିବା ବେଳେ ତାଙ୍କ ଚିତ୍କାର ଶୁଣି ପରବାର ଲୋକେ ଦୌଡ଼ି ଆସି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲେ। ଏହାପରେ ପରିବାର ଲୋକେ ତୁରନ୍ତ ମହିଳାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିଲେ।