ଆଇପିଏଲ ୨୦୨୪ ର ୫୩ ତମ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ଓ ଚେନ୍ନାଇ ସୁପର କିଙ୍ଗସ୍ ଧର୍ମଶାଳାରେ ମୁହାଁମୁହିଁ ହେବେ । ଚଳିତ ସିଜନରେ ଦୁଇ ଦଳ ମଧ୍ୟରେ ଏହା କ୍ରମାଗତ ଦ୍ୱିତୀୟ ମ୍ୟାଚ ହେବ। ଶେଷ ମ୍ୟାଚରେ ପଞ୍ଜାବ ଚେନ୍ନାଇକୁ ୭ ୱିକେଟରେ ପରାସ୍ତ କରିଥିଲା। ତେବେ ଆଜି ସନ୍ଧ୍ୟା ମ୍ୟାଚରେ ଚେନ୍ନାଇ ମ୍ୟାଚ ଜିତି ବାଜି ବରାବର କରିବାକୁ ଚେଷ୍ଟା କରିବ ।
ଚେନ୍ନାଇ ବର୍ତ୍ତମାନ ଆଇପିଏଲ ୨୦୨୪ ର ପଏଣ୍ଟସ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି । ପ୍ଲେଅଫସରେ ନିଜର ସ୍ଥାନ ପକ୍କା କରିବା ପାଇଁ ଚେନ୍ନାଇ ପାଇଁ ଆଜିର ମ୍ୟାଚ ଜିତିବା ବେଶ ଗୁରୁତ୍ୱପୂର୍ଣ୍ଣ । ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗସ୍ ମଧ୍ୟ ପ୍ଲେଅଫସ ଦୌଡରେ ଜୀବିତ ରହିଛି । ୧୦ ଟି ମ୍ୟାଚ ଖେଳି ୪ ଟି ବିଜୟ ସହ ପଏଣ୍ଟସ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ଆଜି ଚେନ୍ନାଇକୁ ପରାସ୍ତ କଲେ ୧୦ ପଏଣ୍ଟସ ସଂଗ୍ରହ କରିବ । ତେଣୁ ଦୁଇ ଦଳ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ।
ଧର୍ମଶାଳାସ୍ଥିତ ଏଚପିସିଏ ଷ୍ଟାଡିୟମର ପିଚରେ ଦ୍ରୁତ ବୋଲରମାନଙ୍କୁ ସାହାଯ୍ୟ ମିଳିଥାଏ। ଗତ ଆଇପିଏଲ ସିଜନରେ ଏହି ଗ୍ରାଉଣ୍ଡରେ ମୋଟ ଦୁଇଟି ମ୍ୟାଚ ଖେଳାଯାଇଥିଲା ଯେଉଁଥିରେ ହାଇ ସ୍କୋରିଂ ମ୍ୟାଚ ଦେଖାଯାଇଥିଲା । ଗତ ଦିନିକିଆ ବିଶ୍ୱକପରେ ଏହି ଗ୍ରାଉଣ୍ଡରେ ଭଲ ବ୍ୟାଟିଂ ପିଚ୍ ମଧ୍ୟ ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିରେ ଦ୍ରୁତ ବୋଲରମାନେ ଏହି ପିଚ୍ରେ ପ୍ରଥମ ଇନିଂସରେ ସାହାଯ୍ୟ ପାଇବେ ବୋଲି ଆଶା କରାଯାଉଛି। ଟସ୍ ଜିତିଥିବା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବ, କାରଣ ପରେ ବ୍ୟାଟିଂ କରୁଥିବା ଦଳ ଟାର୍ଗେଟକୁ ଚେଜ କରିବାରେ ସଂଘର୍ଷ କରୁଥିବା ଦେଖାଯାଉଛି।
ଅଧିକ ପଢନ୍ତୁ : ପୁଣି ଗୁଜୁରାଟକୁ ପରାସ୍ତ କଲା ବେଙ୍ଗାଲୁରୁ