ଆଇପିଏଲ ର ୬୪ ତମ ମ୍ୟାଚରେ ୧୯ ରନରେ ବାଜି ମାରିଛି ଦିଲ୍ଲୀ । ଚଳିତ ସିଜିନର ଶେଷ ଲିଗ ମ୍ୟାଚରେ ବିଜୟ ସହ ପ୍ଲେଅଫ୍ସ ଦୌଡ଼ରେ ମଧ୍ୟ ଜୀବିତ ରହିଛି । ତେବେ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦୮ ରନ ସଂଗ୍ରହ କରିବା ସହ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୧୮୯ ରନରେ ସୀମିତ ରଖିଛି । ହାଇ ସ୍କୋରିଂ ମ୍ୟାଚରେ ମଧ୍ୟ ଉତ୍ତମ ବୋଲିଂର ପ୍ରଦର୍ଶନ କରି ମ୍ୟାଚ ଜିତାଇଥିବା ଇଶାନ୍ତ ଶର୍ମାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ରୂପେ ଚୟନ କରାଯାଇଛି ।
ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବା ସହ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୦୮ ରନ ସଂଗ୍ରହ କରିଥିଲା । ଅଭିଶେଖ ପୋରେଲ(୫୮) ଓ ଟ୍ରିଷ୍ଟନ ଷ୍ଟବ୍ସ (୫୭) ଅର୍ଦ୍ଧଶତକ ହାସଲ କରିଥିଲେ । ଶଇ ହୋପ ୩୮, ଋଷବ ପିନ୍ତ ୩୩ ଓ ଅକ୍ସର ପଟେଲ ୧୪ ରନ ସଂଗ୍ରହ କରିଥିଲେ । ଲକ୍ଷ୍ନୌ ର ନବୀନ ଉଲ ହକ ୨ଟି ୱିକେଟ୍ ନେଇଥିଲାବେଳେ ଅର୍ଶଦ ଖାନ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଦ୍ଵିତୀୟ ଇନିଂସରେ ଲକ୍ଷ୍ନୌର ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଫଳରେ ଲକ୍ଷ୍ନୌ ମ୍ୟାଚ ଜିତିବାରେ ଅସଫଳ ରହିଥିଲା । ନିକୋଲାସ ପୁରନ ୨୭ ବଲ ରେ ୬୧ ଓ ଅର୍ଶଦ ଖାନ ୩୩ ବଲ ରେ ୫୮ ରନ ର ବିସ୍ଫୋଟକ ପାଳି ଖେଳିଥିଲେ ମଧ୍ୟ ଦିଲ୍ଲୀ ବାଜି ମାରିଥିଲା । ଇଶାନ୍ତ ଶର୍ମା ୩ଟି ୱିକେଟ୍ ନେଇଥିଲାବେଳେ ଖଲିଲ ଏହମଦ, ଅକ୍ସର ପଟେଲ , ମୁକେଶ କୁମାର , କୁଲଦୀପ ଯାଦବ ଓ ଟ୍ରିଷ୍ଟନ ଷ୍ଟବ୍ସ ଗୋଟିଏ ଲେଖାଏଁ ୱିକେଟ୍ ନେଇ ଦିଲ୍ଲୀ କୁ ମ୍ୟାଚ ଜିତାଇଥିଲେ ।
ଅଧିକ ପଢନ୍ତୁ : ସନ୍ଧ୍ୟାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ବନାମ କୋଲକାତା ନାଇଟ ରାଇଡର୍ସ