ଆଇପିଏଲ ୨୦୨୪ ର ୫୪ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ । ଶେଷ ମ୍ୟାଚରେ ଲକ୍ଷ୍ନୌ , ମୁମ୍ବାଇ ଇଣ୍ଡିଆନ୍ସକୁ ୪ ୱିକେଟରେ ପରାସ୍ତ କରିଛି। ଚଳିତ ସିଜିନରେ ଲକ୍ଷ୍ନୌ ୧୦ ଟି ମ୍ୟାଚ ଖେଳିଥିବାବେଳେ ୬ ଟି ମ୍ୟାଚ ଜିତିଛି ଏବଂ ୪ ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି । ଅନ୍ୟପକ୍ଷରେ କୋଲକାତା ପ୍ଲେଅଫ୍ସରୁ ମାତ୍ର ଗୋଟିଏ ପାଦ ଦୂରରେ । କୋଲକାତା ୧୦ ମ୍ୟାଚରୁ ୭ ଟି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟସ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି ।
ଲକ୍ଷ୍ନୌ ଏବଂ କୋଲକାତା ମଧ୍ୟରେ ଆଜି ସନ୍ଧ୍ୟାର ମ୍ୟାଚ ଏକନ୍ନା ଷ୍ଟାଡିୟମରେ ଖେଳାଯିବ । ତେବେ ଏକନ୍ନାର ପିଚ୍ ସ୍ପିନ ବୋଲରମାନଙ୍କୁ ସାହାଯ୍ୟ କରିଥାଏ । ବଲ ବ୍ୟାଟକୁ ଧିମା ଆସୁଥିବାରୁ ବ୍ୟାଟ୍ସମ୍ୟାନମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଚଳିତ ସିଜିନର ପିଚ୍ ଗତ ବର୍ଷ ଅପେକ୍ଷା ବ୍ୟାଟ୍ସମ୍ୟାନଙ୍କ ପାଇଁ ଭଲ ହୋଇଥିବାର ଦେଖିବାକୁ ମିଳିଛି । ଏକନ୍ନା ଷ୍ଟାଡିୟମରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୩ ଟି ମ୍ୟାଚ ଖେଳାଯାଇଛି । ଏଥିମଧ୍ୟରୁ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୬ ଟି ମ୍ୟାଚରେ ଜିତିଥିବାବେଳେ ରନ ଚେଜ କରୁଥିବା ଦଳ ୬ ଟି ମ୍ୟାଚ ଜିତିଛି । ଏହାର ଅର୍ଥ ଏକନ୍ନାରେ ଟସ୍ କୌଣସି ବଡ ଭୂମିକା ଗ୍ରହଣ କରେନାହିଁ ।
ଅଧିକ ପଢନ୍ତୁ : ପୁଣି ଗୁଜୁରାଟକୁ ପରାସ୍ତ କଲା ବେଙ୍ଗାଲୁରୁ