ସଞ୍ଜୁ ସାମସନଙ୍କ ନେତୃତ୍ୱରେ ରାଜସ୍ଥାନ ରୟାଲ୍ସ ଆଇପିଏଲ ୨୦୨୪ ର ୬୫ ତମ ମ୍ୟାଚରେ ପଞ୍ଜାବ କିଙ୍ଗସ୍ କୁ ଭେଟିବ। ବୁଧବାର ଗୁଆହାଟିର ବାରସାପରା କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଚଳିତ ସିଜନରେ ରାଜସ୍ଥାନ ରୟାଲ୍ସ ୧୨ ଟି ମ୍ୟାଚ ମଧ୍ୟରୁ ୮ ଟି ମ୍ୟାଚ ଜିତିଛି । ଏହା ସହ ପଏଣ୍ଟସ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି । କିନ୍ତୁ ରାଜସ୍ଥାନ ଶେଷ ତିନୋଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି।
ରାଜସ୍ଥାନର ବ୍ୟାଟ୍ସମ୍ୟାନ୍ ଜସ୍ ବଟଲର ଇଂଲଣ୍ଡ ଫେରିଛନ୍ତି। ଏଭଳି ପରିସ୍ଥିତିରେ ପଞ୍ଜାବ କିଙ୍ଗସ୍ ବିରୋଧରେ ବଟଲରଙ୍କ ଅନୁପସ୍ଥିତି ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ। ପଞ୍ଜାବ ଆଇପିଏଲ ୨୦୨୪ ର ପ୍ଲେଅଫ୍ସ ରୁ ବାଦ ପଡିଛି । ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଗୁଆହାଟୀରେ ବାରସପାରା ଷ୍ଟାଡିୟମରେ ଖେଳାଯିବ । ଏହି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ୧୭ ପ୍ରତିଶତ ରହିଛି । ସେହିପରି ତାପମାତ୍ରା ୨୬ ଡିଗ୍ରୀ ରୁ ୩୬ ଡିଗ୍ରୀ ମଧ୍ୟରେ ରହିପାରେ । ଆର୍ଦ୍ରତା ୫୫ ପ୍ରତିଶତରୁ ୮୧ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ ।
ତେବେ ଗୁଆହାଟିର ବାରସାପରା କ୍ରିକେଟ ଷ୍ଟାଡିୟମରେ ଚଳିତ ସିଜିନର ପ୍ରଥମ ମ୍ୟାଚ ଖେଳାଯିବ । ନୂଆ ପିଚ୍ ଯୋଗୁଁ ଏଠାରେ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ଲାଭ ଦାୟକ ହେବ ବୋଲି ଆଶା କରାଯାଉଛି। ଏହା ସହିତ ଦ୍ରୁତ ବୋଲରମାନଙ୍କୁ ବାଉନ୍ସ ମିଳିବ । ଏହି ଗ୍ରାଉଣ୍ଡରେ କେବଳ ୨ ଟି ଆଇପିଏଲ୍ ମ୍ୟାଚ୍ ଖେଳାଯାଇଛି ଯେଉଁଥିରେ ଦଳ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ହିଁ ମ୍ୟାଚ ଜିତିଛନ୍ତି । ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ୍ ୨୭ ଥର ମୁହାଁମୁହିଁ ହୋଇଛନ୍ତି । ରାଜସ୍ଥାନ ୧୬ ଟିରେ ବିଜୟ ହାସଲ କରିଥିବାବେଳେ ପଞ୍ଜାବ କିଙ୍ଗସ ୧୧ ଥର ମ୍ୟାଚ ଜିତିଛି।
ଅଧିକ ପଢନ୍ତୁ : ବିଜୟ ସହ ପ୍ଲେଅଫ୍ସ ଦୌଡ଼ରେ ଜୀବିତ ଦିଲ୍ଲୀ !