ଜୁନରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ । ଭାରତୀୟ ଦଳ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିସାରିଥିବାବେଳେ ଜୁନ ୫ ରେ ଆୟାରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ । ଏହା ପୂର୍ବରୁ ଭାରତୀୟ ଦଳ ନ୍ୟୁୟର୍କରେ ବାଂଲାଦେଶ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିବ। ତେବେ ଭାରତୀୟ ଦଳ ୯ ଜୁନରେ ପାକିସ୍ତାନ ସହ ମୁହାଁମୁହିଁ ହେବ ।
ତେବେ ଆଇପିଏଲର ଗ୍ରୁପ୍ ପର୍ଯ୍ୟାୟ ଶେଷ ହେବା ପରେ ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ବୁମରା, ସୂର୍ଯ୍ୟକୁମାର ଯାଦବ, ଆର୍ଶଦୀପଙ୍କ ସମେତ ଅନେକ ଖେଳାଳି ମେ ୨୧ ରେ ଆମେରିକା ଯିବେ । ୨୬ ମଇରେ ଆଇପିଏଲ ଫାଇନାଲ ପରେ ଅନ୍ୟ ଖେଳାଳି ଦଳରେ ଯୋଗଦେବେ । ତେବେ ସୂଚନା ଅନୁଯାୟୀ ନ୍ୟୁୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ଉନ୍ମୋଚିତ ହୋଇଛି । ତେବେ ଏହି ଗ୍ରାଉଣ୍ଡରେ ୩୪,୦୦୦ ଦର୍ଶକଙ୍କ କ୍ଷମତା ବିଶିଷ୍ଟ । ଏହି ଗ୍ରାଉଣ୍ଡରେ ସମୁଦାୟ ୮ ଟି ମ୍ୟାଚ ଖେଳାଯିବ, ସେଥିମଧ୍ୟରୁ ଭାରତର ତିନୋଟି ମ୍ୟାଚ ରହିଛି । ତେବେ ଏହି ଗ୍ରାଉଣ୍ଡରେ ହିଁ ଭାରତୀୟ ଦଳ ଅଭ୍ୟାସ ମ୍ୟାଚ ଖେଳିବ । ତେବେ ନୂଆ ପିଚ୍ ରେ ଖେଳିବା ପୂର୍ବରୁ ଅଭ୍ୟାସ ମ୍ୟାଚ ଭାରତୀୟ ଦଳକୁ ପିଚ୍ କୁ ବୁଝିବା ପାଇଁ ସାହାଯ୍ୟ କରିବ । ଏହି ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ।
ଅଧିକ ପଢନ୍ତୁ : ଆଇପିଏଲ୍-୨୦୨୪: ହାଇଦ୍ରାବାଦ୍ ପାଇଁ ବରଦାନ ସାଜିଲା କାଳବୈଶାଖୀ ବର୍ଷା, ପ୍ଲେଅଫ୍ରେ କଲା ପ୍ରବେଶ