ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୪ରେ କାଳବୈଶାଖୀ ବର୍ଷା ଗୁରୁବାର ଖଳନାୟକ ସାଜିଛି। ଗୁରୁବାର (ମେ’୧୬)ରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ଓ ଗୁଜରାଟ୍ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବାର ଥିଲା, ଯାହାକି କାଳବୈଶାଖୀ ବର୍ଷା କାରଣରୁ ବିନା ଟସ୍ରେ ମ୍ୟାଚ୍ ବାତିଲ କରାଗଲଶ। ଏହାର ଫଳ ସ୍ବରୂପ ଉଭୟ ଟିମ୍କୁ ପଏଣ୍ଟ ଭାଗ କରାଗଲା।
କାଳବୈଶାଖୀ ବର୍ଷା ପ୍ୟାଟ୍ କମିନ୍ସଙ୍କ ନେତୃତ୍ବାଧୀନ ହାଇଦ୍ରାବାଦ୍ ଟିମ୍ ପାଇଁ ବରଦାନ ସାଜିଛି। ମ୍ୟାଚ୍ ବାତିଲ ହେବା ପରେ ହାଇଦ୍ରାବାଦ୍ ଟିମ୍ର ପ୍ଲେଅଫ୍ରେ ପ୍ରବେଶ ହୋଇଯାଇଛି। ଅନ୍ୟପଟରେ ଏହି ଫଳାଫଳ ପରେ ଖରାପ ନେଟ୍ ରନ୍ରେଟ୍ କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ଲେଅଫ୍ ଦୌଡ଼ରୁ ବାହାରିଯିବାକୁ ପଡ଼ିଛି।
ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ର ଏବେବି ଗୋଟିଏ ମୁକାବିଲା ବାକି ରହିଛି। ଏହି ଟିମ୍କୁ ପ୍ଲେଅଫ୍ ଦୌଡ଼ରେ ରହିବାକୁ ହେଲେ, ନିଜର ଶେଷ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବାକୁ ପଡ଼ିବ। କିନ୍ତୁ ଏହା ଏତେ ସହଜ ନୁହେଁ। ଚତୁର୍ଥ ଟିମ୍ ଭାବେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ଅଛନ୍ତି।