ପଞ୍ଜାବ କିଙ୍ଗସର ବିସ୍ଫୋଟକ ବ୍ୟାଟ୍ସମ୍ୟାନ ଲିଆମ ଲିବିଙ୍ଗଷ୍ଟୋନ ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଆଣ୍ଠୁରେ ଲାଗିଥିବା ଆଘାତରୁ ମୁକ୍ତି ପାଇବ ପାଇଁ ସୋମବାର ଇଂଲଣ୍ଡ ଫେରିଯାଇଛନ୍ତି । ଲିବିଙ୍ଗଷ୍ଟୋନଙ୍କ ବ୍ୟତୀତ ରାଜସ୍ଥାନ ରୟାଲ୍ସର ଯଶ ବଟଲର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁର ୱିଲ ଜ୍ୟାକ୍ସ ଏବଂ ରିସ ଟପଲି ୨୨ ମଇ ରେ ଇଂଲଣ୍ଡ ଓ ପାକିସ୍ତାନ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ଖେଳିବା ପାଇଁ ବାହାରି ସାରିଛନ୍ତି । ପଞ୍ଜାବ କିଙ୍ଗସ୍ ୧୨ ଟି ମ୍ୟାଚରୁ ୪ ଟି ବିଜୟ ସହ ଚଳିତ ଆଇପିଏଲର ପ୍ଲେଅଫ୍ସ ରୁ ବାଦ ପଡିଛି । କିନ୍ତୁ ବେଙ୍ଗାଲୁରୁର ପ୍ଲେଏଫସ ପାଇଁ ମ୍ୟାଚ ବାକି ଥିବାବେଳେ ୱିଲ ଜ୍ୟାକ୍ସ ଏବଂ ରିସ ଟପଲିଙ୍କ ଅନୁପସ୍ଥିତି ଦଳ ପାଇଁ ଚିନ୍ତାର ବିଷୟ ପାଲଟି ପାରେ ।
ପାକିସ୍ତାନ ବିପକ୍ଷ ସିରିଜ ପରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଆଇସିସି ଟି -୨୦ ବିଶ୍ୱକପ ପାଇଁ ୱେଷ୍ଟଇଣ୍ଡିଜ ଅଭିମୁଖେ ଯାତ୍ରା କରିବ, ଯେଉଁଠାରେ ବାରବାଡୋସ୍ ର ବ୍ରିଜଟାଉନରେ ଜୁନ୍ ୪ ରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଟି-୨୦ ବିଶ୍ୱକପର ଅଭିଯାନ ଆରମ୍ଭ କରିବ। ଆଇପିଏଲରେ ଖେଳୁଥିବା ଇଂଲଣ୍ଡ ବିଶ୍ୱକପ ଦଳର ଅଂଶବିଶେଷ ଥିବା ମୋଏନ ଅଲି (ଚେନ୍ନାଇ ସୁପର କିଙ୍ଗସ୍), ସାମ କରନ, ଜନି ବେରଷ୍ଟୋ (ପଞ୍ଜାବ କିଙ୍ଗସ୍) ଏବଂ ଫିଲ୍ ସଲ୍ଟ (କୋଲକାତା ନାଇଟ୍ ରାଇଡର୍ସ) ଖୁବ ଶୀଘ୍ର ଇଂଲଣ୍ଡ ଫେରିବେ ।
ଅଧିକ ପଢନ୍ତୁ : ଟି -୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ବାଂଲାଦେଶ