ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ସିରିଜ୍ ସମାପ୍ତ ହେବା ପରେ କ୍ରିକେଟ୍ ପ୍ରେମୀମାନଙ୍କ ନଜର ଏବେ ଦୁଇ ମହାନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରବର୍ତ୍ତୀ ମ୍ୟାଚ୍ ଉପରେ ରହିଛି। ଉଭୟ ଏବେ କେବଳ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ୍ ଖେଳୁଥିବା ବେଳେ ଟି-୨୦ ଆନ୍ତର୍ଜାତୀୟରୁ ଅବସର ନେଇସାରିଛନ୍ତି। ତେବେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସିଖବର ରହିଛି, ଆସନ୍ତା ୩୦ ଦିନ ଭାତରେ ଟିମ୍ ଇଣ୍ଡିଆ ଏକାଧିକ ମ୍ୟାଚ୍ ଖେଳିବାକୁ ଯାଉଛି ଏବଂ ରୋହିତ-ବିରାଟ ପୁଣିଥରେ ଜୋରଦାର ଆକ୍ସନରେ ନଜର ଆସିବେ।
ଅକ୍ଟୋବର ଓ ନଭେମ୍ବରରେ କ୍ରିକେଟ୍ ରୋମାଞ୍ଚ
ଭାରତୀୟ କ୍ରିକେଟ୍ ଟିମ୍ ଆସନ୍ତା ମାସକ ଭିତରେ ବ୍ୟାକ-ଟୁ-ବ୍ୟାକ୍ ମ୍ୟାଚ୍ ଖେଳିବ। ଅକ୍ଟୋବର ମାସରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ, ଯାହାର ଶୁଭାରମ୍ଭ ମଙ୍ଗଳବାର, ଅକ୍ଟୋବର ୬ ତାରିଖରୁ ହେବାକୁ ଯାଉଛି। ୱେଷ୍ଟଇଣ୍ଡିଜ୍ ସିରିଜ୍ ପରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଏହି ଗସ୍ତରେ ହିଁ ବିରାଟ କୋହଲି ଏବଂ ରୋହିତ ଶର୍ମା ପୁଣିଥରେ ପଡ଼ିଆକୁ ଓହ୍ଲାଇବେ।
ଟିମ୍ ଇଣ୍ଡିଆର ଆଗାମୀ ୩୦ ଦିନର ସମ୍ପୂର୍ଣ୍ଣ କ୍ରିକେଟ୍ ସୂଚୀ
କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ଆଗାମୀ ଦିନଗୁଡ଼ିକ ଅତ୍ୟନ୍ତ ରୋମାଞ୍ଚକର ହେବାକୁ ଯାଉଛି। ନିମ୍ନରେ ସମସ୍ତ ମ୍ୟାଚ୍ର ତାଲିକା ଦିଆଗଲା:
ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍
ପ୍ରଥମ ଟି-୨୦: ଅକ୍ଟୋବର ୬ (ଲକ୍ଷ୍ନୌ)
ଦ୍ୱିତୀୟ ଟି-୨୦: ଅକ୍ଟୋବର ୯ (ରାଞ୍ଚି)
ତୃତୀୟ ଟି-୨୦: ଅକ୍ଟୋବର ୧୧ (ଇନ୍ଦୋର)
ଚତୁର୍ଥ ଟି-୨୦: ଅକ୍ଟୋବର ୧୪ (ହାଇଦ୍ରାବାଦ)
ପଞ୍ଚମ ଟି-୨୦: ଅକ୍ଟୋବର ୧୭ (ବେଙ୍ଗାଲୁରୁ)
ନ୍ୟୁଜିଲାଣ୍ଡ ବନାମ ଭାରତ ଟି-୨୦ ସିରିଜ୍
ପ୍ରଥମ ଟି-୨୦: ଅକ୍ଟୋବର ୨୨ (କ୍ରାଇଷ୍ଟଚର୍ଚ୍ଚ)
ଦ୍ୱିତୀୟ ଟି-୨୦: ଅକ୍ଟୋବର ୨୪ (କ୍ରାଇଷ୍ଟଚର୍ଚ୍ଚ)
ତୃତୀୟ ଟି-୨୦: ଅକ୍ଟୋବର ୨୭ (ୱେଲିଂଟନ୍)
ଚତୁର୍ଥ ଟି-୨୦: ଅକ୍ଟୋବର ୩୦ (ଅକ୍ଲ୍ୟାଣ୍ଡ)
ପଞ୍ଚମ ଟି-୨୦: ନଭେମ୍ବର ୦୧ (ହ୍ୟାମିଲ୍ଟନ୍)
ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଓ ରୋହିତ-ବିରାଟଙ୍କ ଫର୍ମ
ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ମଧ୍ୟ ଖେଳିବ, ଯାହାକି ରୋହିତ ଏବଂ ବିରାଟଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସିର କଥା। ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଆସନ୍ତା ନଭେମ୍ବର ୪ ତାରିଖରେ ଅକ୍ଲ୍ୟାଣ୍ଡଠାରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ୍ ସକାଳ ୭:୩୦ ମିନିଟ୍ରୁ ଆରମ୍ଭ ହେବ ଏବଂ ଟସ୍ ସକାଳ ୭ଟାରେ ପଡ଼ିବ।