କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନସ୍ଥ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ପୁଣିଥରେ ଓଡ଼ିଶା ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି।
ଚାମେଲିଙ୍କ ସରପଞ୍ଚ ପଦବୀ ବଜାୟ ରଖିବା ନେଇ ପୂର୍ବରୁ ଦିଆଯାଇଥିବା ରାୟକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକ ପିଟିସନ୍ର ଶୁଣାଣି କରି ହାଇକୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି।
ହାଇକୋର୍ଟ ଚାମେଲି ଓଝାଙ୍କ ସମେତ ଅନ୍ୟ ପ୍ରତିପକ୍ଷମାନଙ୍କୁ ମଧ୍ୟ ଜବାବ ଦାଖଲ କରିବା ପାଇଁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୫ ତାରିଖରେ ହେବା ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
ଗତ ଅକ୍ଟୋବର ୨୮ ତାରିଖରେ ଚାମେଲି ଓଝାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଓ ଭୋଟିଂ ପ୍ରକ୍ରିୟାରେ ଆଇନଗତ ତ୍ରୁଟି ଥିବା ଦର୍ଶାଇ ହାଇକୋର୍ଟ ଏହାକୁ ଅସିଦ୍ଧ ଘୋଷଣା କରିଥିଲେ। ଫଳରେ ସେ ନିଜ ପଦବୀରେ ବଜାୟ ରହିଥିଲେ। ତେବେ ସେହି ରାୟକୁ ଚ୍ୟାଲେଞ୍ଜ କରାଯିବା ପରେ ଏବେ ପୁଣି ତାଙ୍କ ପାଇଁ ଅଡ଼ୁଆ ବଢ଼ିଛି।