ଭୁବନେଶ୍ୱର: ବିଧାନସଭାରେ ହାଇଭୋଲଟେଜ୍ ଡ୍ରାମାର ଅନ୍ତ। ଆତ୍ମାହୁତି ଦେବାକୁ ଚେତାବନୀ ଦେଇଥିବା କଂଗ୍ରେସ ବିଧାୟକ ତାରା ବାହିନୀପତି ଶେଷରେ ନିଜ ନିଷ୍ପତ୍ତିରୁ ଓହରିଛନ୍ତି। କୋଟିଆ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସୁଯୋଗ ମିଳିବା ପରେ ବଦଳିଛି ତାଙ୍କ ଆଭିମୁଖ୍ୟ।
ବୁଧବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ କୋଟିଆ ପ୍ରସଙ୍ଗ ଉଠାଇବାକୁ ତାରାଙ୍କୁ ମିଳିଥିଲା ସୁଯୋଗ। ଏଥିରେ ପ୍ରାୟ ୪୫ ମିନିଟ୍ ଧରି ସେ ନିଜର ମତ ରଖିଥିଲେ।
ତାରାଙ୍କ କହିବା ଅନୁଯାୟୀ, ପୂର୍ବରୁ ସର୍ବଦଳୀୟ ବୈଠକରେ ମଧ୍ୟ କୋଟିଆ ପ୍ରସଙ୍ଗ ଉଠାଇବାକୁ ସମ୍ମତି ମିଳିଥିଲା। ବାଚସ୍ପତି ନିଜ ପ୍ରତିଶ୍ରୁତି ରକ୍ଷା କରି ଆଲୋଚନା ପାଇଁ ସୁଯୋଗ ଦେଇଥିବାରୁ ସେ ଆତ୍ମାହୁତି ନିଷ୍ପତ୍ତିରୁ ଓହରିଥିବା ସ୍ପଷ୍ଟ କରିଛନ୍ତି।