ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷାକୁ ନେଇ ବଡ ଘୋଷଣା । ଡିସେମ୍ବର ୨୬, ୨୭ରେ ହେବ ପୋଲିସ ଏସଆଇ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଓୟୁଏସଏସଏସସି ଅଧ୍ୟକ୍ଷ । ୨୬ ତାରିଖରେ ପ୍ରଥମ ସିଟିଂରେ ଲାଙ୍ଗୁଏଜ ପରୀକ୍ଷା, ସକାଳ ୧୦ରୁ ସାଢେ ୧୧ ହେବ । ଦ୍ୱିତୀୟ ସିଟିଂ ଜେନେରାଲ ଷ୍ଟଡିଜ, ସାଢେ ୧ରୁ ସାଢେ ୪ଟା ହେବ ।
୨୭ ତାରିଖରେ କେବଳ ଷ୍ଟେସନ ଅଫିସର ପରୀକ୍ଷା ହେବ । ଏହି ପରୀକ୍ଷା କେବଳ ସାଇନ୍ସ ବ୍ୟାକଗ୍ରାଉଣ୍ଡ ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ । ୨୭ ତାରିଖ ପରୀକ୍ଷା ସକାଳ ୧୦ରୁ ଅପରାହ୍ନ ୧ଟା ଯାଏଁ ଚାଲିବ ।
ଡିସେମ୍ବର ୨୭ ତାରିଖରେ କେବଳ ଷ୍ଟେସନ ଅଫିସର (ଫାୟାର ସର୍ଭିସ୍) ପଦବୀ ପାଇଁ ପରୀକ୍ଷା ହେବ । ଏହି ପରୀକ୍ଷା କେବଳ ସାଇନ୍ସ ବ୍ୟାକଗ୍ରାଉଣ୍ଡ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ। ୨୭ ତାରିଖରେ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଷ୍ଟେଶନ ଅଫିସର ପରୀକ୍ଷା ଚାଲିବା ନେଇ ସୂଚନା ରହିଛି ।