କମେଡିଆନ୍ ୟଶ ମାହେଶ୍ୱରୀ ନିକଟରେ ବିହାରର ମହିଳା ଏବଂ ଛଠ ପୂଜାକୁ ନେଇ ଦେଇଥିବା ବୟାନ କାରଣରୁ ବିବାଦ ଘେରକୁ ଆସିଛନ୍ତି। ଏହାରି ମଧ୍ୟରେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ଏବେ ବନ୍ଦ ହୋଇଯାଇଛି।
କମେଡିଆନ୍ ୟଶ ମାହେଶ୍ୱରୀ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ବିହାରର ମହିଳା ଏବଂ ଛଠ ପୂଜାକୁ ନେଇ ଦେଇଥିବା ବୟାନ ଉପରେ ବିବାଦ ମଧ୍ୟରେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ଏବେ ଶୋ’ କରୁନାହିଁ।
ତାଙ୍କର ଷ୍ଟାଣ୍ଡଅପ୍ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କୁ ବହୁତ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ଏହାପରେ କମେଡିଆନ୍ ସାର୍ବଜନୀନ ଭାବେ କ୍ଷମା ମଧ୍ୟ ମାଗିଥିଲେ।
କମେଡିଆନ୍ଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହେଲା ବନ୍ଦ
କମେଡିଆନ୍ ୟଶ ମାହେଶ୍ୱରୀଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍ @almostyash ବର୍ତ୍ତମାନ ଉପଲବ୍ଧ ନାହିଁ। ତାଙ୍କ ଆକାଉଣ୍ଟକୁ ଗଲେ 'ସରି, ଏହି ପେଜ୍ ଆଭେଲେବଲ୍ ନାହିଁ ଲେଖାହୋଇଥିବା ଦେଖାଯାଉଛି। ଯଦିଓ ଏହା ସ୍ପଷ୍ଟ ହୋଇନାହିଁ ଯେ ସେ ନିଜେ ନିଜ ଆକାଉଣ୍ଟ ଡିଆକ୍ଟିଭେଟ୍ କରିଛନ୍ତି ନା ଏହାକୁ ହଟାଇ ଦିଆଯାଇଛି।
ବିବାଦ କଣ ପାଇଁ?
ଏହି ବିବାଦ ୟଶଙ୍କ ଷ୍ଟାଣ୍ଡଅପ୍ ଶୋ’ 'ମରାଲି କ୍ୱେଶ୍ଚନେବଲ୍ ଷ୍ଟାଣ୍ଡଅପ୍ କମେଡି' ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଆରମ୍ଭ ହୋଇଥିଲା। ଏହି ଭିଡିଓରେ ସେ ବିହାରର ମହିଳା, ଛଠ ପୂଜା ସମୟରେ ସେମାନଙ୍କର ସିନ୍ଦୂର ଲଗାଇବାର ପାରମ୍ପରିକ ତରିକା ଏବଂ ସେମାନଙ୍କର ଘରୋଇ ଜୀବନକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ।
ତାଙ୍କର ଏହି ମଜାକ୍ ଉପରେ ଅନେକ ଲୋକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଲୋକମାନେ ଏହାକୁ ବିହାରର ମହିଳାମାନଙ୍କ ସହିତ ଛଠ ପୂଜାର ସାଂସ୍କୃତିକ ଏବଂ ଧାର୍ମିକ ମାନ୍ୟତାର ଅପମାନ ବୋଲି କହିଥିଲେ। ଏହାପରେ ୟଶଙ୍କୁ ସୋସିଆଲ ମିଡିଆରେ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା ଏବଂ ସେ କ୍ଷମା ମଧ୍ୟ ମାଗିଥିଲେ।