ଭୁବନେଶ୍ୱର: ରାଜ୍ୟରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର କଳାବଜାରୀର ଉଦବେଗ ଜନକ ଚିତ୍ର ସାମ୍ନାକୁ ଆସିଛି । ଗତ ୩ ବର୍ଷରେ ରାଜ୍ୟରେ ୯ ହଜାରରୁ ଉର୍ଦ୍ଧ ସିଲିଣ୍ଡର ଜବତ ହୋଇଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ବିଜେଡ଼ି ବିଧାୟକ ତୁଷାର କାନ୍ତି ବେହେରା ପଚାରିଥିବା ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଉତ୍ତର ଦେଇଛନ୍ତି ଯେ ଓଡ଼ିଶାରେ ଏଲ୍ପିଜି ଗ୍ୟାସ୍ର ବେଆଇନ ମହଜୁଦ ଓ କଳାବଜାରୀ ରୋକିବାକୁ ଯୋଗାଣ ବିଭାଗର ନିୟମିତ ଚଢ଼ାଉ ହେଉଛି । ବିଗତ ୩ ବର୍ଷରେ ରାଜ୍ୟର ୩୦ ଜିଲ୍ଲାରେ ୪ ହଜାର ସ୍ଥାନରେ ଯାଞ୍ଚ କରାଯାଇଛି। ଯେଉଁଥିରେ ୯ ହଜାର ୪୯ଟି ଗ୍ୟାସ୍ ସିଲିଣ୍ଡର ଜବତ ହୋଇଥିବା ବେଳେ ୫୧୪ଟି ମାମଲା ରୁଜୁ ହୋଇଛି। ୪୮ଟି ଏଫ୍ଆଇଆର୍ ଏବଂ ୧୧ ଜଣଙ୍କୁ ଗିରଫ କରାଯାଇଛି।
ବାଲେଶ୍ୱରରୁ ସର୍ବାଧିକ ୧୩୪୩ଟି ସିଲିଣ୍ଡର ଜବତ ହୋଇଛି। କଟକରୁ ୧୦୪୩, ଜଗତସିଂହପୁରରୁ ୧୦୧୧ ଏବଂ ଖୋର୍ଦ୍ଧାରୁ ୯୩୩ଟି ସିଲିଣ୍ଡର ଜବତ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।