ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହେଉଛି। ଆଜି ଓ ଆସନ୍ତାକାଲି (ନଭେମ୍ବର ୨୭) ଗଣତିମଣତି ହେବ।
ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ କେବଳ ଅନୁମତିପ୍ରାପ୍ତ ବ୍ୟକ୍ତି ଭଣ୍ଡାର ଘରେ ପ୍ରବେଶ କରି ଗଣତିମଣତିରେ ସାମିଲ ହେବେ। ଏଥର ସମ୍ଭବତଃ ଖଟଶେଜ ଘର କାଠ ବାକ୍ସର ଅଳଙ୍କାର ଗଣତିମଣତି କରାଯିବ।
ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ଏବଂ ଭକ୍ତଙ୍କ ଦର୍ଶନ ଜାରି ରହିବ।
ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଏବଂ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ଭିତର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟକୁ ସାମୟିକ ଭାବେ ବନ୍ଦ ରଖାଯାଇଥିଲା।
ପୂର୍ବରୁ ମାର୍ଚ୍ଚ ୨୦୨୬ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ମୋଟ ୧୭ ଦିନ ଧରି ଗଣତିମଣତି ହୋଇଥିଲା; ଶେଷଥର ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ଏହି ପ୍ରକ୍ରିୟା ଚାଲିଥିଲା।